ସ୍ବାଧୀନତା ଦିବସରେ ଆକ୍ରମଣ ଯୋଜନା ପଣ୍ଡ, ଜମ୍ମୁରୁ ୪ ଜୈସ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର: ସମଗ୍ର ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଜମ୍ମୁ-କାଶ୍ମୀର ପୁଲିସ ଆତଙ୍କବାଦୀମାନଙ୍କ ଏକ ବଡ଼ ଆକ୍ରମଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ଦେଶରେ ପାଳିତ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଆକ୍ରମଣ କରିବା ପାଇଁ ବଡ଼ ଯୋଜନା କରିଥିଲା ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ତେବେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ ଦ୍ବାରା ୪ ଜୈସ୍‌ ଆତଙ୍କବାଦୀଙ୍କୁ ଜୀବିତ ଧରିବାରେ ସକ୍ଷମ ହୋଇଛି। ଆତଙ୍କବାଦୀଙ୍କଠାରୁ ବୋମା, ଗ୍ରେନେଡ ଏବଂ ସ୍ବୟଂଚାଳିତ ବନ୍ଧୁକ ଜବତ ହୋଇଛି। ଏହି ଆତଙ୍କବାଦୀମାନେ ମୋଟର ସାଇକଲରେ ବୋମା ଖଞ୍ଜି ଆକ୍ରମଣ କରିଥାନ୍ତେ ଏବଂ କେତେକ ସ୍ଥାନରେ ସୁରକ୍ଷା ବାହିନୀ ଉପରକୁ ଆଖିବୁଜା ଗୁଳିମାଡ଼ ପାଇଁ ମଧ୍ୟ ଯୋଜନା ହୋଇଥିଲା। ଆତଙ୍କବାଦୀଙ୍କ କେତେକ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର