ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କବି, ଲେଖକ ‘ବର୍‌ବରା ରାଓଙ୍କ ଜୀବନ ରକ୍ଷା କର’

ନୂଆଦିଲ୍ଲୀ: ଭୀମା କୋରେଗାଓଁ ହିଂସା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା କବି ତଥା ଲେଖକ ବରବରା ରାଓ କରୋନା ସଂକ୍ରମିତ ହୋଇ ଏବେ ମୁମ୍ବାଇ ଜେଜେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍‌ବରା ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ି ଯାଇଥିବା ଜଣାପଡ଼ିଛି। ତାଙ୍କ ପରିବାର ଲୋକ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଦେଶବ୍ୟାପୀ କବି, ଲେଖକ, ମାନବ ଅଧିକାର ଆଇନଜୀବୀ ଏବଂ ନାଗରିକମାନେ ମଧ୍ୟ ଏକଜୁଟ୍‌ ହୋଇ ବର୍‌ବରା ରାଓଙ୍କୁ ସହଯୋଗ କରିବାପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଓଡ଼ିଶାର କିଛି ପ୍ରଖ୍ୟାତ କବି ଏବଂ ଲେଖକ ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଖୋଲା ଚିଠି ଲେଖିଛନ୍ତି । ପ୍ରଖ୍ୟାତ କବିଙ୍କ ଜୀବନ ବଞ୍ଚାଇବାପାଇଁ ସେମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।

ଜେଲ୍‌ରେ ରହିଥିବା ବର୍‌ବରା ରାଓଙ୍କ ଚିକିତ୍ସା ପ୍ରସଙ୍ଗରେ ରାଜ୍ୟ ସରକାର ଯେଉଁ ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସେନେଇ କବି ଏବଂ ଲେଖକମାନେ ଘୋର୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍‌ବରାଙ୍କୁ ଜେଲ୍‌ରୁ ମୁକ୍ତ କରିବାପାଇଁ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଓଡ଼ିଶାାର କବି ଏବଂ ଲେଖକମାନେ ସେମାନଙ୍କ ଚିଠି ମାଧ୍ୟମରେ ଜଣାଇଛନ୍ତି। ଉକ୍ତ ଚିଠିରେ କବି ତଥା ଲେଖକ କୁମାର ହାସନ୍‌, ଲେନିନ୍‌ କୁମାର, ଅଖିଳ ନାୟକ, ଜ୍ୟୋତି ନନ୍ଦ, ଭୀମ ପୃଷ୍ଟି, ବିଶ୍ବପ୍ରିୟ କାନୁନ୍‌ଗୋ, ରାମକୃଷ୍ଣ ସାହୁ, ପୀତାମ୍ବର ତରାଇ, ଭାରତ ମାଝି, କେଦାର ମିଶ୍ର, ବିରଜା ବଳ, ହୁସେନ୍‌ ରବି ଗାନ୍ଧୀ, ସମୀର ରଂଜନ, ଦୁର୍ଗା ପଣ୍ଡା , ପ୍ରହ୍ଲାଦ ସତପଥୀଙ୍କ ସମେତ ଅନ୍ୟମାନଙ୍କ ସ୍ବାକ୍ଷର ରହିଛି।

ସମ୍ବନ୍ଧିତ ଖବର