ଭୋପାଳ : ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନରେ ଜଣେ ପୁଲିସ କନେଷ୍ଟବଳ ଆଜି ଜଣେ ବୃଦ୍ଧଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ମାଡ଼ ମାରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରେୱା ଜିଲ୍ଲାର ପୁଲିସ କନେଷ୍ଟବଳ ଅନନ୍ତ ମିଶ୍ର ଜଣେ ବୃଦ୍ଧଙ୍କ ମୁହଁକୁ ମାଡ଼ ମାରିବା ସହ ତାଙ୍କୁ ଗୋଇଠା ମାରିବା ଏବଂ ଘୋଷାଡ଼ି ନେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ସେ ନିଲମ୍ବିତ ହୋଇଛନ୍ତି।
ରେଳ ଷ୍ଟେସନରେ କନେଷ୍ଟବଳ ବୃଦ୍ଧଙ୍କୁ ମାଡ଼ ମାରୁଥିବା ବେଳେ ପାଖରେ ଥିବା ଯାତ୍ରୀମାନେ କେବଳ ନିରବଦ୍ରଷ୍ଟା ସାଜିଥିଲେ। ସେମାନେ ସମଗ୍ର ଘଟଣାର ଭିଡିଓ ରେକର୍ଡ କରିଥିଲେ କିନ୍ତୁ କେହି ବୃଦ୍ଧଙ୍କୁ ଉଦ୍ଧାର କରିବାପାଇଁ ବାହାରିନଥିଲେ। ୩୦ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲ ଏହାର କଡ଼ା ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/madhya-pradesh-1.jpg)