ତୃତୀୟ ଲହର ନେଇ ସତର୍କ କଲେ ନିତି ଆୟୋଗ‌: ସେପ୍ଟେମ୍ବରରେ ୪-୫ ଲକ୍ଷ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ ଆଗାମୀ ତୃତୀୟ କୋଭିଡ୍‌ ଲହର ନେଇ ସତର୍କ କରିଛନ୍ତି। ତୃତୀୟ ଲହରରେ ୨୩ ପ୍ରତିଶତ ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ ଆଡମିସନ୍‌ ଦରକାର ପଡ଼ିପା‌ରେ। ‌କେନ୍ଦ୍ର ସରକାର ଏଥିପାଇଁ ୨ ଲକ୍ଷ ଆଇସିୟୁ ବେଡ୍‌ ପ୍ରସ୍ତୁତ କରିବାପାଇଁ ନିତି ଡାକ୍ତର ପଲ୍‌ କହିଛନ୍ତି। ‌ସେପ୍ଟେମ୍ବରରେ ଦେଶର ଦୈନିକ ସଂକ୍ରମଣ ମାମଲା ୪-୫ ଲକ୍ଷ ରହିବ ବୋଲି ପଲ୍‌ କହିଛନ୍ତି।

ସରକାର ଅତି ଖରାପ୍‌ ସ୍ଥିତି ପାଇଁ ପ୍ରସ୍ତୁତ ରହିବାପାଇଁ ନିତି ଆୟୋଗ ପକ୍ଷରୁ କୁହାଯାଇଛି। ଦ୍ବିତୀୟ ଲହରରେ ହୋଇଥିବା ହସ୍ପିଟାଲ୍‌ ଆଡମିସନ୍‌କୁ ଦୃଷ୍ଟିରେ ରଖି ସରକାର ତୃତୀୟ ଲହର ପାଇଁ ୨ ଲକ୍ଷ ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖିବାପାଇଁ ନିତି ଆୟୋଗ ପକ୍ଷରୁ କୁହାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ସରକାର ୨ ଲକ୍ଷ ଆଇସିୟୁ ବେଡ୍‌, ୧.୨ ଲକ୍ଷ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌, ୭ ଲକ୍ଷ ଅଣ ଆଇସିୟୁ ହସ୍ପିଟାଲ୍‌ ବେଡ୍‌ ଏବଂ ୧୦ ଲକ୍ଷ କୋଭିଡ୍‌ ଆଇସୋଲେସନ କେୟାର ବେଡ୍ ପ୍ରସ୍ତୁତ ରଖିବାପାଇଁ ନିତି ଆୟୋଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର