ନୂଆଦିଲ୍ଲୀ: ରାଜସ୍ଥାନର କୋଟାରୁ ଛାତ୍ରମାନଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ ଏବେ ରାଜନୀତି ତେଜିଛି। ପ୍ରଥମେ ଉତ୍ତରପ୍ରଦେଶ ସରକାର କୋଟାରେ ଫସିଥିବା ଛାତ୍ରମାନଙ୍କୁ ଫେରାଇ ଆଣିବାପାଇଁ ସ୍ବତନ୍ତ୍ର ବସ୍ ପଠାଇଥିଲେ। ଏହାପରେ ଗତକାଲି ମଧ୍ୟ କେନ୍ଦ୍ର ସରକାର ଅନ୍ୟ ୫ଟି ରାଜ୍ୟକୁ ଏନେଇ ଅନୁମତି ଦେଇଛନ୍ତି। ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଛତିଶଗଡ଼ ଏବଂ ଆସାମ ସରକାର କୋଟାରେ ଫସିଥିବା ଛାତ୍ରମାନଙ୍କୁ ଫେରାଇ ଆଣିବାପାଇଁ ଅନୁମତି ପାଇବାପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ପ୍ରବଳ ବିରୋଧ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ହେମନ୍ତ ସୋରେନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଏନେଇ ଅଭିଯୋଗ କରିଥିଲେ। ଗୋଟିଏ ଦେଶରେ ଦୁଇ ପ୍ରକାର ନିୟମ କିଭଳି ଚାଲିବ ବୋଲି ସେ ମୋଦୀଙ୍କୁ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର କିଛି ରାଜ୍ୟରେ ଲକ୍ଡାଉନ୍ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି କରିଥିବାରୁ ଏହି ପରିପ୍ରେକ୍ଷୀରେ ସେ ମୋଦୀଙ୍କୁ ଏଭଳି ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷେ ହେମନ୍ତ ସୋରେନ୍ କହିଛନ୍ତି ଉତ୍ତରପ୍ରଦେଶ ସରକାର କୋଟାରୁ ଏହାର ଛାତ୍ରମାନଙ୍କୁ ଫେରାଇ ଆଣିବାପରେ ଏବେ ଆମମାନଙ୍କ ଉପରେ ବି ଚାପ ପଡ଼ିଛି। ଉତ୍ତରପ୍ରଦେଶ ପରି ଆମେ କାହିଁକି ସମାନ ବ୍ୟବସ୍ଥା କରୁନାହୁ ବୋଲି ଅଭିଭାଭକମାନେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉତ୍ତରପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ୟୁପି ସରକାରଙ୍କ ନିଷ୍ପତ୍ତି ଅନ୍ୟାୟ ଏବଂ ଏହା ଲକ୍ଡାଉନ୍ର ବିରୁଦ୍ଧାଚରଣ କରୁଛି ବୋଲି କୁମାର କହିଥିଲେ। କିନ୍ତୁ ପରେ ବିହାରର ଜଣେ ବିଜେପି ବିଧାୟକ ତାଙ୍କ ପୁଅକୁ ଫେରାଇ ଆଣିବାପାଇଁ ସ୍ବତନ୍ତ୍ର ପାସ୍ ପାଇବାପରେ ଏହାକୁ ନେଇ ନୀତୀଶ କୁମାର ଟାର୍ଗେଟ୍ର ଶିକାର ହୋଇଥିଲେ। ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଥିଲେ।
କୋଟା ଛାତ୍ରଙ୍କୁ ନେଇ ରାଜନୀତ ତେଜିଲା, ମୋଦୀଙ୍କ ସହ ଫୋନ୍ରେ କଥା ହେଲେ ହେମନ୍ତ ସୋରେନ୍
/sambad/media/post_attachments/wp-content/uploads/2020/04/df7hd8t97h98d9hsdfhsfhsfhsfhsfhsfhshssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)