ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୯,୩୬୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୧୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୩,୧୪,୧୧,୨୬୨ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪,୨୦,୯୬୭କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୩.୪୧ ପ୍ରତିଶତ ରହିଛି। ୩୫ ଦିନ ପରେ ଦେଶରେ ଦୈନିକ ପଜିଟିଭ୍ ହାର ୩ ପ୍ରତିଶତରୁ ଅଧିକ ରହିଛି। ସାପ୍ତାହିକ ପଜିଟିଭ୍ ହାର ୨.୩୧ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭.୩୫ ପ୍ରତିଶତ। ଦେଶରେ ସକ୍ରିୟ ମାମଲା ୪,୧୧,୧୮୯। ଏହା ମୋଟ୍ ସଂକ୍ରମଣ ମାମଲାର ୧.୩୧ ପ୍ରତିଶତ। ଏଯାବତ୍ ଦେଶରେ ୩,୦୫,୭୯,୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କେବଳ ୩୫,୯୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏଯାବତ୍ ୪୩,୫୧ କୋଟି ଟିକାକରଣ ସରିଛି।
୫ ରାଜ୍ୟ କେରଳ, ମହାରାଷ୍ଟ୍ର, ମିଜୋରାମ୍, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ନୂଆ ସଂକ୍ରମଣ ମାମଲାର ୭୮.୦ ପ୍ରତିଶତ ରହିଛି। ନୂଆ ମାମଲାର ୪୪.୩୭ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୧୭,୪୬୬ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬,୮୪୩, ମିଜୋରାମରେ ୨,୩୦୭, ଆନ୍ଧ୍ରପ୍ରଦେଶରେ ୨,୨୫୨ ଏବଂ ଓଡ଼ିଶାରେ ୧,୮୩୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୨୩ କରୋନା ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ର ପରେ ଓଡ଼ିଶାରେ ସର୍ବାଧିକ ୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/coronavirus-testing-Indian-Express-file-photo.jpg)
