ଆହତ ଇମ୍ରାନଙ୍କୁ ଭେଟିଲେ ପାକିସ୍ତାନ ରାଷ୍ଟ୍ରପତି

ଲାହୋର : ଗୁଳିମାଡ଼ରେ ଆହତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ରାଷ୍ଟ୍ରପତି ଆରିଫ ଅଲଭି ଭେଟିଛନ୍ତି। ଇମ୍ରାନଙ୍କ ପିଟିଆଇ (ପାକିସ୍ତାନ ତେହେରିକ-ଇ-ଇନସାଫ) ଦଳ ଏବଂ ଶେହବାଜ ସରିଫ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପଞ୍ଜାବର ୱଜିରାବାଦରେ ଗୁରୁବାର ଏକ ରୢାଲିରେ ଇମ୍ରାନ ଗୁଳିମାଡ଼ରେ ଆହତ ହୋଇଥିଲା ଏବଂ ଏବେ ଲାହୋରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଷ୍ଟ୍ରପତି ଅଲଭି ଏବଂ ପ୍ରଥମ ମହିଳା ବେଗମ୍ ସାମିନା ଆରିଫ୍ ଅଲଭି ହସ୍ପିଟାଲରେ ଇମ୍ରାନଙ୍କ ସହିତ ପ୍ରାୟ ତିନି ଘଣ୍ଟା ରହି ସମବେଦନା ଜଣାଇବା ସହ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିଲେ। ଏହି ସାକ୍ଷାତରେ ଅଲଭି ଏବଂ ଖାନ ଦେଶର ଜଟିଳ ରାଜନୈତିକ ଏବଂ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ମତ ବିନିମୟ କରିଥିଲେ।

ସମ୍ବନ୍ଧିତ ଖବର