ରାଷ୍ଟ୍ରପତିଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଏମ୍‌ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହୃତ୍‌ପିଣ୍ଡରେ ସଫଳତାର ସହ ବାଇପାସ୍‌ ଅସ୍ତ୍ରୋପଚାର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ତାଙ୍କୁ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଶନିବାର ଅପରାହ୍ଣରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

ସମ୍ବନ୍ଧିତ ଖବର