ଆନ୍ଧ୍ର ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କ ବିଦାୟ ବେଳର ଫଟୋଟିଏ ପୋଷ୍ଟିଂ କରି ଜଣେ ଏଇପରି ଶିରୋନାମାଟିଏ ଲେଖିଥିଲେ:- ଫଟୋଟିକୁ ଦେଖିକି ଖୁସି ଲାଗିଲା, ଅଭିନନ୍ଦନ। ଉକ୍ତ ଫଟୋରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ତାଙ୍କ ପଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଏହି ପ୍ରକରଣରେ ଭାଗ ନେଇ ମତମନ୍ତବ୍ୟ ରଖୁଥିବା ଲୋକଙ୍କ କୋହ ଲୁଚୁନାହିଁ।
/sambad/media/post_attachments/wp-content/uploads/2023/02/CGM-twit-Logo1-300x146.jpg)
ଜଗନଙ୍କ ଉପରେ ଅଭିମାନ କରି ଲେଖୁଛନ୍ତି, ଏପଟେ ଗୋଡ଼ ଧରୁଛ, ସେପଟେ କୋଟିଆରେ ନାତ ମାରୁଛ! ଆମ ସିଏମ୍ଙ୍କୁ ବି ସମ୍ମାନ ଜଣାଇବାରେ କେବେ କାର୍ପଣ୍ୟ କରୁନ। ଅଥଚ କୋଟିଆ ମାଡ଼ିବସିବା ଚକ୍କରରେ ନିଜ ମନ୍ତ୍ରୀମାନଙ୍କୁ ଲଗେଇଦେଇଛ। ମହାମହିମଙ୍କୁ ମଧ୍ୟ ଛାଡ଼ିନାହାନ୍ତି ଓଡ଼ିଆ ନିଟିଜେନ୍। ତାଙ୍କ କହିବା କଥା ହେଲା, ଜଗନ ଆପଣଙ୍କୁ ଏତେ ମାନୁଛନ୍ତି, କୋଟିଆ କଥା କହିକି ଟିକେ ସମାଧାନ କରେଇଦଉନାହାନ୍ତି!
Follow Us