ମନ୍‌ କୀ ବାତ୍ ପାଇଁ ବିଚାର ଓ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮, ୨୦୨୨ ପୂର୍ବାହ୍ଣ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ୍‌ କୀ ବାତ୍ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି। ଏଥିପାଇଁ ମତାମତ ମାଇଁଗଭ୍, ନମୋ ଆପ୍‌ରେ ପଠାଇହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ। ମାଇଁଗଭ୍‌ ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି- “ଅଗଷ୍ଟ ୨୮ର #ମନ୍‌ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବିଚାର ଓ ମତାମତ ଅପେକ୍ଷାରେ ରହିଲି। ମାଇଁଗଭ୍ କିମ୍ବା ନମୋ ଆପ୍‌ରେ ନିଜ ବିଚାର ଲେଖନ୍ତୁ। ନଚେତ୍‌, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ କରାନ୍ତୁ।”

ସମ୍ବନ୍ଧିତ ଖବର