ଆସାମରେ ୭ କର୍କଟ ଡାକ୍ତରଖାନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

‘ସ୍ୱାସ୍ଥ୍ୟ କେ ସପ୍ତର୍ଷି’ ବିଷୟରେ କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିବ୍ରୁଗଡ଼ରେ ଏକ କାର୍ଯ୍ୟକ୍ରମରେ ଆସାମର ସାତଟି କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କର୍କଟ ଡାକ୍ତରଖାନାଗୁଡ଼ିକ ଦିବ୍ରୁଗଡ଼, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲାଖୀମପୁର ଏବଂ ଜୋରହାଟରେ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନୂତନ ଡାକ୍ତରଖାନା ପରିସର ପରିଦର୍ଶନ କରିବା ପୂର୍ବରୁ ଦିବ୍ରୁଗଡ ହସ୍ପିଟାଲକୁ ଦେଶ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ର୍ନିମାଣ ହେବାକୁ ଥିବା ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନିସୁକିଆ ଏବଂ ଗୋଲାଘାଟରେ ପ୍ରଧାନମନ୍ତ୍ରୀ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ପୂର୍ବତନ ସିଜେଆଇ ଏବଂ ରାଜ୍ୟସଭା ସଦସ୍ୟ ଶ୍ରୀ ରଞ୍ଜନ ଗୋଗୋଇ ଏବଂ ବିଶିଷ୍ଟ ଶିଳ୍ପପତି ଶ୍ରୀ ରତନ ଟାଟା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆସାମର କର୍କଟ ଡାକ୍ତରଖାନା ଯାହା ଆଜି ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି ଏବଂ ଯେଉଁଥିପାଇଁ ଆଜି ଭିତ୍ତିପ୍ରସ୍ତର ପକାଯାଇଛି, ତାହା ଉତ୍ତର-ପୂର୍ବ ତଥା ଦକ୍ଷିଣ ଏସିଆରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବ। ସ୍ୱାସ୍ଥ୍ୟସେବା ପାଇଁ ସରକାରଙ୍କ ଦୃଷ୍ଟିଭଙ୍ଗୀ ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ “ସ୍ୱାସ୍ଥ୍ୟ କେ ସପ୍ତର୍ଷି” ବିଷୟରେ କହିଥିଲେ। ସରକାରଙ୍କ ପ୍ରୟାସ ହେଉଛି ରୋଗ ନିଜେ ଉତ୍ପନ୍ନ ହୁଏ ନାହିଁ । ସେଥିପାଇଁ ଆମ ସରକାର ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯୋଗ, ଫିଟନେସ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏହି କାରଣରୁ ଚାଲିଛି ବୋଲି ସେ କହିଛନ୍ତି ।

ଦ୍ୱିତୀୟତଃ, ଯଦି ଏହି ରୋଗ ହୁଏ, ତେବେ ଏହାକୁ ପ୍ରାଥମିକ ଅବସ୍ଥାରେ ଠାବ କରିବା ଉଚିତ । ଏଥିପାଇଁ ସାରା ଦେଶରେ ଲକ୍ଷ ଲକ୍ଷ ନୂତନ ପରୀକ୍ଷା କେନ୍ଦ୍ର ର୍ନିମାଣ କରାଯାଉଛି। ତୃତୀୟ ଧ୍ୟାନ ହେଉଛି ଯେ ଲୋକମାନେ ନିଜ ଘର ନିକଟରେ ଉନ୍ନତ ପ୍ରାଥମିକ ଚିକିତ୍ସା ସୁବିଧା ପାଇବା ଉଚିଚ୍‍ । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଉନ୍ନତି କରାଯାଉଛି । ଚତୁର୍ଥ ପ୍ରୟାସ ହେଉଛି ଗରିବ ଲୋକଙ୍କୁ ସର୍ବୋତ୍ତମ ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଯିବା ଉଚିତ୍‍। ଏଥିପାଇଁ ଆୟୁଷ୍ମାନ ଭାରତ ଭଳି ଯୋଜନାରେ ଭାରତ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରୁଛନ୍ତି। ଭଲ ଚିକିତ୍ସା ପାଇଁ ବଡ ସହର ଉପରେ ର୍ନିଭରଶୀଳତାକୁ କମ୍ କରିବା ଆମର ପଥ୍ରମ ଲକ୍ଷ୍ୟ । ଏଥିପାଇଁ ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶରେ କେବଳ ୭ ଟି ଏମ୍‍ସ ଥିଲା । ଏଥିମଧ୍ୟରୁ ଦିଲ୍ଲୀର ଗୋଟିଏ ବ୍ୟତୀତ ଅନ୍ୟ ଠାରେ ଏମବିବିଏସ୍‍ ପାଠ୍ୟକ୍ରମ କିମ୍ବା ଓପିଡି ନଥିଲା, ସେଥିମଧ୍ୟରୁ କିଛି ଅସମ୍ପୂର୍ଣ୍ଣ ଥିଲା। ଆମେ ଏସବୁକୁ ସଂଶୋଧନ କରି ଦେଶରେ ୧୬ ନୂତନ ଏମ୍‍ସ ଘୋଷଣା କଲୁ । ଏମ୍‍ସ ଗୌହାଟି ମଧ୍ୟ ସେଥି ମଧ୍ୟରୁ ଅନ୍ୟତମ।

ଭିଜନର ଷଷ୍ଠ ପଏଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଡାକ୍ତରଙ୍କ ସଂଖ୍ୟା ଅଭାବକୁ ଆମ ସରକାର ସମାଧାନ କରୁଛନ୍ତି । ଗତ ସାତ ବର୍ଷ ମଧ୍ୟରେ ଏମ୍‍ବିବିଏସ୍‍ ଏବଂ ପିଜି ପାଇଁ ୭୦ ହଜାରରୁ ଅଧିକ ନୂତନ ସିଟ୍ ଯୋଡା ଯାଇଛି । ଆମ ସରକାର ଏଲୋପାଥିକ ଡାକ୍ତରଙ୍କ ସହ ୫ ଲକ୍ଷରୁ ଅଧିକ ଆୟୁଷ ଡାକ୍ତରଙ୍କ ଚିକିତ୍ସା ସେବା ନେଉଛନ୍ତି । ସରକାରଙ୍କ ସପ୍ତମ ଧ୍ୟାନ ହେଉଛି ସ୍ୱାସ୍ଥ୍ୟ ସେବାର ଡିଜିଟାଇଜେସନ୍ । ଚିକିତ୍ସା ପାଇଁ ଲମ୍ବା ଲାଇନରୁ ମୁକ୍ତି ପାଇବା, ଚିକିତ୍ସା ନାମରେ ଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ପ୍ରୟାସ । ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ପ୍ରୟାସ ହେଉଛି ଦେଶର ନାଗରିକମାନେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଇପାରିବେ, ଏଥିପାଇଁ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ । ଏହି ଆବେଗ ହେଉଛି ଗୋଟିଏ ଦେଶ, ଗୋଟିଏ ସ୍ୱାସ୍ଥ୍ୟ । ୧୦୦ ବର୍ଷର ସବୁଠାରୁ ବଡ ମହାମାରୀରେ ମଧ୍ୟ ଏହି ଆବେଗ ଦେଶକୁ ଶକ୍ତି ପ୍ରଦାନ କରିଥିଲା, ଆହ୍ୱାନର ମୁକାବିଲା ପାଇଁ ଶକ୍ତି ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର