ନୂଆଦିଲ୍ଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି। ଲୋକସଭା ଏବଂ ରାଜ୍ୟସଭା ଟିଭି ଚ୍ୟାନେଲ୍ର ଏକ ମିଶ୍ରଣ ହେଉଛି ସଂସଦ ଟିଭି। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକ୍ରମ ଦେଖାଇବ। ଏହାର ବିଷୟବସ୍ତୁ ମାଧ୍ୟମରେ ସଂସଦ ଟିଭି ଜାତୀୟ ଏବଂ ଅନ୍ତର୍ଜାତୀୟ ଦର୍ଶକଙ୍କୁ ଆକୃଷ୍ଣ କରିବା ଲକ୍ଷ୍ୟ ରଖିଛି। ସଂସଦ ଟିଭିର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଂସଦ ଟିଭି ଭାରତର ଗଣତାନ୍ତ୍ରିକ ପଦ୍ଧତିରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଯୋଡ଼ିଦେବ। ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ସଂସଦ ଟିଭିର ଶୁଭାରମ୍ଭ ମଧ୍ୟ ଏକ ସଂଯୋଗ। ମୋଦୀ କହିଛନ୍ତି, ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ସଂସଦ ଟିଭିର ଶୁଭାରମ୍ଭ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି। ଆମ ପାଇଁ ଗଣତନ୍ତ୍ର କେବଳ ଏକ ସାମ୍ବିଧାନିକ ଅନୁଷ୍ଠାନ ନୁହେଁ ଏହା ଏକ ଜୀବନ ଧାରା ବୋଲି ମୋଦୀ କହିଛନ୍ତି।
ସଂସଦ ଟିଭିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2021/09/654dg4j98gdj47g65dg65jd45g6jd456jgdgjgjdjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)