ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସ୍ବତନ୍ତ୍ର ବ୍ରତ ସମୟରେ ୧୧ଦିନ ପର୍ଯ୍ୟନ୍ତ ଚଟାଣ କିମ୍ବା କାଠପଲଙ୍କରେ ଶୋଇବେ। ସୂତା ବସ୍ତ୍ର ଧାରଣ କରିବେ ଏବଂ ବ୍ରହ୍ମ ମୁହୂର୍ତ୍ତରେ ଉଠି ପ୍ରାର୍ଥନା, ଜପ, ତପ ଓ ଧ୍ୟାନ କରିବେ। ଏହା ସହିତ ଧାର୍ମିକ ଗ୍ରନ୍ଥ ପାଠ କରିବା ସହ ନିଜ କାମ ନିଜେ କରିବେ। ପ୍ରଭୁ ଶ୍ରୀରାମଙ୍କ ସହିତ ଜଡ଼ିତ ସ୍ଥାନ ଭ୍ରମଣ କରିବା ସହ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସାତ୍ବିକ ଭୋଜନ ମଧ୍ୟ ଗ୍ରହଣ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp