ପ୍ରଧାନମନ୍ତ୍ରୀ ଗୀତା ପାଣ୍ଡୁଲିପିର ୧୧ ଖଣ୍ଡ ଉନ୍ମୋଚନ କଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀମଦ୍‌ ଭଗବତ ଗୀତା ପାଣ୍ଡୁଲିପିର ୧୧ ଖଣ୍ଡ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୀତାର ୧୦ ବ୍ୟାଖ୍ୟାନକୁ ଏକ ସଂଗରେ ଆଣିଥିବା ୧୧ଟି ସଂସ୍କରଣ ଆଜିଠାରୁ ସମଗ୍ର ବିଶ୍ବ ପାଇଁ ଉପଲବ୍ଧ। ଏହି ପୁଣ୍ୟ କାର୍ଯ୍ୟ ପାଇଁ ପ୍ରୟାସ କରିଥିବା ସମସ୍ତ ବିଦ୍ବାନ ପଣ୍ଡିତଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତ୍ୟେକ ଗ୍ରନ୍ଥର ପ୍ରତ୍ୟେକ ‌ଶ୍ଳୋକ ପାଇଁ ଅଲଗା ଅଲଗା ବ୍ୟାଖ୍ୟା ରହିଛି। ଏଥିରେ ମହାନ ବ୍ୟକ୍ତିତ୍ବଙ୍କ ଅଭିବ୍ୟକ୍ତି ରହିଛି ଏବଂ ଏଥିରେ ପ୍ରତ୍ୟେକ ପ୍ରସଙ୍ଗରେ ଗଭୀର ଅନୁଶୀଳନ କରାଯାଇଛି। ଏହି ଉନ୍ମୋଚନ ଉତ୍ସବରେ ବରିଷ୍ଠ ନେତା ଡ. କରଣ ସିଂହ, ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର