ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବନିର୍ମିତ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ ଅନାବରଣ କରିଛନ୍ତି। ଏହି ପ୍ରତୀକର ଓଜନ ୯,୫୦୦ କିଲୋଗ୍ରାମ ଏବଂ ଏହା ପିତ୍ତଳରେ ନିର୍ମିତ। ଏହାର ଉଚ୍ଚତା ୬.୫ ମିଟର। ଏହା ନୂତନ ସଂସଦ ଭବନର କେନ୍ଦ୍ରୀୟ ପ୍ରବେଶ ପ୍ରକୋଷ୍ଠ ଶୀର୍ଷରେ ୬,୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଲୁହାର ଏକ ସହାୟକ ଷ୍ଟ୍ରକ୍ଚର ଉପରେ ସ୍ଥାପନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ତିଆରି ସହ ଜଡିତ ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଥିଲେ।
ନୂଆ ସଂସଦ ଭବନରେ ଜାତୀୟ ପ୍ରତୀକ ଅନାବରଣ କଲେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2022/07/dgadgdadgagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)