ପ୍ରଧାନମନ୍ତ୍ରୀ ୨୮ରେ ଉଦ୍‌ଘାଟନ କରିବେ ଦିଲ୍ଲୀରେ ବିଜେପି ଆବାସିକ ପରିସର

ଡିଡିୟୁ ମାର୍ଗରେ ଦଳୀୟ କାର୍ଯ୍ୟାଳୟ ପାଖରେ ଅଡିଟୋରିୟମ୍‌ର ବି ଉନ୍ମୋଚନ କରିବେ

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଡିୟୁ ମାର୍ଗସ୍ଥ ପାର୍ଟି ମୁଖ୍ୟାଳୟକୁ ଲାଗି ବିଜେପିର ଆବାସିକ ପରିସର ଓ ଏକ ପ୍ରେକ୍ଷାଳୟ ଉଦ୍‌ଘାଟନ କରିବେ। ଜମି ଆବଣ୍ଟନ ନୀତି ଅନୁଯାୟୀ ଯେଉଁ ରାଜନୈତିକ ଦଳର ୨୦୦ରୁ ଅଧିକ ଏମ୍‌ପି ଥିବେ ସେମାନେ ଦଳ ମୁଖ୍ୟାଳୟ ନିର୍ମାଣ ନିମନ୍ତେ ୪ ଏକର ଜମି ପାଇବାକୁ ହକ୍‌ଦାର। ବିଜେପି ଆଗରୁ ୨ ଏକର ଜମି ପାଇଥିଲା ଏବଂ ୬ଏ ଡିଡିୟୁ ମାର୍ଗରେ ଏହାର କାର୍ଯ୍ୟାଳୟ ନିର୍ମାଣ କରିଥିଲା। ଅବଶିଷ୍ଟ ୨ ଏକର ଜମି ତା’ର ଡିଡିୟୁ ମାର୍ଗ କାର୍ଯ୍ୟାଳୟ ସମ୍ମୁଖରେ ମାର୍ଚ୍ଚ ୨୦୧୯ରେ ଆବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଦଳ ସେଠାରେ ଏକ ସାତ ମହଲାର ଆବାସିକ ପରିସର ନିର୍ମାଣ କରିବା ସହ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ଅଡିଟୋରିୟମ୍ ମଧ୍ୟ ନିର୍ମାଣ କରିଛି। ବିଜେପି ପ୍ରଚାରକମାନଙ୍କୁ ମଧ୍ୟ ସ୍ଥାୟୀ ଭାବେ ରହିବା ପାଇଁ ସେଠାରେ ଘର ଦିଆଯିବ। ଦଳର ବଡ଼ ବଡ଼ ବୈଠକ କରିବା ପାଇଁ ପ୍ରେକ୍ଷାଳୟକୁ ବ୍ୟବହାର କରାଯିବ। ପାଖ ଜମିରେ ଦିଲ୍ଲୀ ରାଜ୍ୟ ବିଜେପି କାର୍ଯ୍ୟାଳୟ ନିର୍ମାଣ ପାଇଁ ମଧ୍ୟ ମୋଦୀ ଉକ୍ତଦିନ ଶିଳାନ୍ୟାସ କରିବେ।

ସମ୍ବନ୍ଧିତ ଖବର