ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୪୪ତମ ଚେସ୍ ଅଲିମ୍ପିଆଡ୍ର ଶୁଭାରମ୍ଭ କରିବେ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ପ୍ରଧାନମନ୍ତ୍ରୀ ଜୁନ ୧୯, ୨୦୨୨ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମ୍ରେ ପ୍ରଥମ ଥର ପାଇଁ ଚେସ୍ ଅଲିମ୍ପିଆଡ୍ ଜ୍ୟୋତି ଯାତ୍ରାର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଜ୍ୟୋତି ସ୍ୱିଜରଲ୍ୟାଣ୍ଡ ସ୍ଥିତ ଏଫ୍ଆଇଡିଇ ମୁଖ୍ୟ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ୪୦ ଦିନରେ ୨୦,୦୦୦ କିଲୋମିଟର ଯାତ୍ରାରେ ୭୫ଟି ପବିତ୍ର ସ୍ଥାନ ଅତିକ୍ରମ କରି ମହାବଳୀପୁରମ୍ରେ ଶେଷ ହୋଇଥିଲା।
ଚେନ୍ନାଇରେ ଜୁଲାଇ ୨୮ରୁ ଅଗଷ୍ଟ ୯, ୨୦୨୨ ପର୍ଯ୍ୟନ୍ତ ୪୪ତମ ଚେସ୍ ଅଲିମ୍ପିଆଡ୍ ଅନୁଷ୍ଠିତ ହେଉଛି। ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି। ୧୮୭ଟି ଦେଶକୁ ନେଇ ଆୟୋଜିତ ଯେକୌଣସି ଚେସ୍ ଅଲିମ୍ପିଆଡ଼ରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ହେବ। ୬ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବବୃହତ୍ ଦଳ ଭାବେ ଯୋଗ ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/modi-ccc.jpg)