କୋଲକାତା: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ଦୁର୍ଗାପୂଜାକୁ ମାଧ୍ୟମ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗାଳି ଷ୍ଟାଇଲ୍ରେ ଧୋତି କୁର୍ତ୍ତା ପିନ୍ଧି କୋଲକାତାରେ ଆୟୋଜିତ ଦୁର୍ଗାପୂଜାରେ ଅଂଶଗ୍ରହଣ କରିବେ। ୨୨ ତାରିଖ ଅର୍ଥାତ୍ ମହାଷଷ୍ଠୀ ସକାଳେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଦୁର୍ଗାପୂଜାର ଶୁଭକାମନା ଜଣାଇବେ। ଧୋତି କୁର୍ତ୍ତା ପିନ୍ଧି ସେ ନିଜ ଘରେ ପୂଜା କରିବା ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଲ୍ଟଲେକ୍ର ଇଜେଡ୍ସିସିରେ ହେଉଥିବା ଦୁର୍ଗାପୂଜାକୁ ଉଦ୍ଘାଟନ କରିବେ। ଗତବର୍ଷ ଗୃହମନ୍ତ୍ରୀ ଅମିତ ଶାହ ଏହି ପୂଜା ପେଣ୍ଡାଲକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପୂଜା ପେଣ୍ଡାଲକୁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଛି। ତେଣୁ ପୂଜକଙ୍କ ଚଣ୍ଡୀପାଠ ଏବଂ ବିନା ଦର୍ଶକରେ ଚଳିତ ବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହେବ।
ଆସନ୍ତାକାଲି କୋଲକାତାରେ ଦୁର୍ଗାପୂଜା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2020/10/Narendra-Modi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)