ନୂ୍ଆଦିଲ୍ଲୀ: ବିରୋଧୀ ଦଳ ନେତାମାନେ କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଉନଥିବା ଏବଂ ସଂସଦର ଉଭୟ ଗୃହରେ କୌଣସି କାର୍ଯ୍ୟ କରିବାକୁ ଦେଉନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ମୁଖା ଖୋଲିଦେବାପାଇଁ କହିଛନ୍ତି। ବିଜେପିର ସଂସଦୀୟ ଦଳ ବୈଠକରେ ମୋଦୀ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତାମାବେ ବାରମ୍ବାର ସଂସଦର ମୌସୁମୀ ଅଧିବେଶନରେ ବାଧା ସୃଷ୍ଟି କରୁଥିବାରୁ ଆଜି ଏନେଇ ବିଜେପି ସଂସଦୀୟ ଦଳର ଏକ ବୈଠକ ହୋଇଥିଲା।
ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କିଭଳି କାର୍ଯ୍ୟରେ ବାଧା ଉପୁଜିଛି ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶରେ କରୋନା ସ୍ଥିତି ନେଇ ଗତ ସପ୍ତାହରେ ସର୍ବଦଳୀୟ ବୈଠକ ହୋଇଥିଲା। କଂଗ୍ରେସ ଏହି ବୈଠକ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଥିଲା। ତେବେ ଏହି ପ୍ରସଙ୍ଗରେ ମୋଦୀ କହିଛନ୍ତି, କଂଗ୍ରେସ ଅନ୍ୟ ଦଳକୁ ମଧ୍ୟ ବୈଠକରେ ଯୋଗ ଦେବାପାଇଁ ବାରଣ କରିଛି। ବିରୋଧୀ ଦଳ ନେତାମାନେ ଲଗାତାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ସେମାନଙ୍କର ମୁଖା ଖୋଲିଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସାଂସଦମାନଙ୍କୁ କହିଛନ୍ତି। ବିଜେପି ସାଂସଦମାନେ ଜନସାଧାରଣ ଏବଂ ଗଣମାଧ୍ୟମରେ ବିରୋଧୀ ଦଳ ନେତାଙ୍କ ଅସଲ ରୂପକୁ ଉନ୍ମୋଚିତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ , ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ସୁଦ୍ଧା ବିରୋଧୀଙ୍କ ହଟ୍ଟଗୋାଳ ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/4xf56h456fh45s4h5fs456h4fsh564f5s6h45.jpg)