ଡ୍ରୋନ୍‌ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ବୈଠକ: ଶାହ, ରାଜନାଥ ଏବଂ ଡୋଭାଲ୍‌ଙ୍କ ସହ ୨ ଘଣ୍ଟା ମନ୍ଥନ

ନୂଆଦିଲ୍ଲୀ: ଜମ୍ମୁ ବାୟୁସେନା ଷ୍ଟେସନ୍‌ରେ ଡ୍ରୋନ୍‌ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ଜମ୍ମୁ ବାୟୁସେନା ଘାଟିରେ ଡ୍ରୋନ୍‌ ଆକ୍ରମଣ ସହ ଆଖପାଖ ଅଂଚଳରେ ଅଧିକ ଡ୍ରୋନ୍‌ ଠାବ ହେବା ଏବଂ ବିସ୍ଫୋରକ ଜବତ ହେବା ପରେ ସୁରକ୍ଷା ସ୍ଥିତି ଏବଂ ବିଦେଶୀ ଡ୍ରୋନ୍‌ ନେଇ ଭାରତର ନୀତି ବାବଦରେ ଆଲୋଚନା ନିମନ୍ତେ ପ୍ରଧାନମନ୍ତ୍ରୀ ଏହି ବୈଠକ ଡକାଇଥିଲେ ଏବଂ ପ୍ରାୟ ୨ ଘଣ୍ଟା ଧରି ମନ୍ଥନ ଚାଲିଥିଲା। ସୂଚନାଯୋଗ୍ୟ, ପାକ୍‌ ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ଡ୍ରୋନ୍‌ ଦ୍ବାରା ବଡ଼ ଆକ୍ରମଣ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର