ପୁଡୁଚେରୀ: ପୁଡୁଚେରୀରେ କଂଗ୍ରେସ ନେତୃତ୍ବାଧୀନ ସରକାର ଏବେ ଟଳମଳ ସ୍ଥିତିରେ ରହିଛି। ଆଗାମୀ ୨୨ ତାରିଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କୁ ଆଜି ଉପରାଜ୍ୟପାଳ କହିଛନ୍ତି। ପୁଡୁଚେରୀର ନୂତନ ଉପରାଜ୍ୟପାଳ ଭାବେ ତାମିଲସାଇ ସୁନ୍ଦରରାଜନ ଆଜି ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ଅପରାହ୍ନ ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି। ରାଜ୍ୟରେ ଏବେ ବିରୋଧୀ ଦଳରେ ଥିବା ସମସ୍ତ ୧୪ ଜଣ ବିଧାୟକ ଏକଜୁଟ ଥିବାରୁ କଂଗ୍ରେସ ନେତୃତ୍ବାଧୀନ ସରକାରର ପତନ ସୁନିଶ୍ଚିତ ବୋଲି ପୁଡୁଚେରୀ ବିଜେପି ସଭାପତି ଭି. ସ୍ବାମୀନାଥନ କହିଛନ୍ତି।

Advertisment

ଗତକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୁଡୁଚେରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଥିଲେ। ୩୩ ଆସନ ବିଶିଷ୍ଟ ବିଧାନସଭାରେ ଶାସକ ଦଳର ବିଧାୟକ ସଂଖ୍ୟା ୧୪କୁ ଖସି ଆସିଛି। କଂଗ୍ରେସର ୧୦ ଜଣ ବିଧାୟକ ଅଛନ୍ତି। ତେବେ ବିଧାୟକଙ୍କ ଇସ୍ତଫା ଯୋଗୁଁ ଏବେ ସଦସ୍ୟ ସଂଖ୍ୟା ୨୮କୁ ଖସି ଆସିଛି ଏବଂ ମ୍ୟାଜିକ୍‌ ନମ୍ବର ହେଉଛି ‌୧୫। କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ପୁଡୁଚେରୀ ଗସ୍ତ କରି ଦଳୀୟ ବିଧାୟକଙ୍କ ସହ ରଣନୀତି ସଂପର୍କରେ ଆଲୋଚନା କରିଛନ୍ତି।