୨୦୨୩ ଡିସେମ୍ବର ସୁଦ୍ଧା ସର୍ବସାଧାରଣଙ୍କ ପାଇଁ ଖୋଲିବ ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ୨୦୨୩ ଡିସେମ୍ବର ସୁଦ୍ଧା ସର୍ବସାଧାରଣଙ୍କ ପାଇଁ ଖୋଲିବ। ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ। ଗତବର୍ଷ ଅଗ‌ଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ଉତ୍ସବ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଏବଂ ଶିଳାନ୍ୟାସ କରିଥିଲେ। ତେବେ ଆସନ୍ତାକାଲି ଏହ‌ି କାର୍ଯ୍ୟକ୍ରମକୁ ବର୍ଷେ ପୁରୁଥିବା ‌ବେଳେ ରାମ ଜନ୍ମଭୂମି ତୀର୍ଥ ‌କ୍ଷେତ୍ର ପକ୍ଷରୁ ମନ୍ଦିର ୨୦୨୩ ଡିସେମ୍ବର ସୁଦ୍ଧା ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ ବୋଲି ସୂଚନ‌ା ଦିଆଯାଇଛି। ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧ ହଜାର କୋଟି ଖର୍ଚ୍ଚ ହେବ। ତେବେ ରାମ ମନ୍ଦିର ଟ୍ରଷ୍ଟ୍‌ ଦ୍ବାରା ୩୦୦୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ ହୋଇସାରିଛି।

ସମ୍ବନ୍ଧିତ ଖବର