ଦମସ୍କସ୍: ବିଦ୍ରୋହୀମାନେ ସିରିଆର ରାଜଧାନୀ ଦାମାସ୍କସରେ ବଡ଼ ଧରଣର ଆକ୍ରମଣ କରି ତାହାକୁ ଦଖଲ କରିନେଇଛନ୍ତି । ଏହା ସହିତ ରାଷ୍ଟ୍ରପତି ବସର ଅଲ୍ ଅସଦ ପଳାୟନ କରିଥିବା ଖବର ହସ୍ତଗତ ହୋଇଛି । ତେବେ ସିରିଆ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେହିପରି ସିରିଆ ସେନା ମଧ୍ୟ ଏହାକୁ ଅସ୍ବୀକାର କରିଛି ।
ସୂଚନା ଅନୁଯାୟୀ ବିଦ୍ରୋହୀମାନେ ଦମାସ୍କସ୍ ର ସିଦାନିୟା ଜେଲ୍ ରେ ପଶିଥିଲେ, ଯେଉଁଠାରେ ବହୁ ସଂଖ୍ୟକ ବସର ଅସଦଙ୍କ ବିରୋଧୀ ବନ୍ଦୀ ଅଛନ୍ତି। ଏହାବ୍ୟତୀତ ବିଦ୍ରୋହୀମାନେ ବସର ଅସଦଙ୍କ ସେନାର ଟ୍ୟାଙ୍କକୁ ଦଖଲ କରି ରାଷ୍ଟ୍ରପତି ଭବନ ଆଡକୁ ନେଇଯାଇଥିଲେ । ଦମାସ୍କସ୍ ର ରାସ୍ତାରେ ପ୍ରବଳ ସଂଘର୍ଷ ଜାରି ରହିଥିବା ବେଳେ ବିଦ୍ରୋହୀଙ୍କ ଆକ୍ରମଣର ଅନେକ ଭିଡିଓ ସାମ୍ନାକୁ ଆସିଛି। ସେପଟେ ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି ଯେ ବସର ସରକାରଙ୍କ ଏକ ବିମାନ ରାଜଧାନୀରୁ ଉଡ଼ାଣ ଭରିଛି। ତେବେ ବିମାନରେ କିଏ ଅଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ଏହାପରଠାରୁ ଅସଦ ଦେଶ ଛାଡିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି ।
ସିରିଆରେ ବିଦ୍ରୋହୀମାନେ ବଡ଼ ଧରଣର ଆକ୍ରମଣ କରି ସରକାରଙ୍କ ନିୟନ୍ତ୍ରଣରେ ଥିବା ଅନେକ ଅଞ୍ଚଳକୁ ଦଖଲ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି ଯେ ବିଦ୍ରୋହୀମାନେ ଉତ୍ତର ଏବଂ ପୂର୍ବ ହୋମ୍ସରେ ସରକାରୀ ପ୍ରତିରକ୍ଷା ଲାଇନ ଭାଙ୍ଗି ଦମାସ୍କସକୁ ଘେରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)