ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି: ଭୟଭୀତ ନହୋଇ ଠିକ୍‌ ସମୟରେ ଚିକିତ୍ସିତ ହେବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନଡ଼ରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଯେଉଁମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉଛି ସେମାନେ ଭୟଭୀତ ନହୋଇ ଠିକ୍‌ ସମୟରେ ଚିକିତ୍ସା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ ସଚିବ ଲବ ଅଗ୍ରୱାଲ କହିଛନ୍ତି।

ଯଦି ଲୋକମାାନେ ଏହା ନକରନ୍ତି ତାହେଲେ କେବଳ ସେମାନେ ଅସୁସ୍ଥ ହେବେ ନାହିଁ, ସେମାନଙ୍କ ପରିବାର ବି ବିପଦରେ ପଡ଼ିବ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭୂତାଣୁରେ ୯୭ ଜଣ ଲୋକ ମୃତ୍ୟୁବରଣ କରିଥିାବବେଳେ ୪୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଶ୍ବାସନର ବିଷୟ ହେଲା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ୨୦୯୧୭ ଜଣ ଆରୋଗ୍ୟ ହୋଇଛନ୍ତି। ଏଥିଯୋଗୁଁ ଦେଶରେ ଆରୋଗ୍ୟ ହାର ୩୧.୧୫ ପ୍ରତିଶତକୁ ବୃଦ୍ଧି ଘଟିଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର