ନୂଆଦିଲ୍ଲୀ: ଦୁଇ ଦିନ ତଳେ ଦେଶରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ଡେଇଁଥିବା ବେଳେ ଆଜି(ବୁଧବାର) ତାହା ୧୯ ଲକ୍ଷ ଅତିକ୍ରମ କରିଛି। ତେବେ ଦେଶରେ ଆରୋଗ୍ୟ ହାର ଆଜି ୬୭.୧୯ ପ୍ରତିଶତରେ ପହଞ୍ଚିବା ବଡ଼ ଅଶ୍ବସ୍ତିର କାରଣ ହୋଇଛି। ବିଗତ ୨୪ ଘଣ୍ଟାରେ ୫୨ ହଜାର ୫୦୯ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ରେ ପହଞ୍ଚିଛି। ଲଗାତାର ସପ୍ତମ ଦିନ ପାଇଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହିଛି।
ସେହିପରି ଏହି ମହାମାରୀରେ ଗୋଟିଏ ଦିନରେ ୮୫୭ ଜମ ମୃତକଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩୯ ହଜାର ୭୯୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅପରପକ୍ଷେ, ଆକ୍ରାନ୍ତମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ୮୨ ହଜାର ୨୧୫ ଜଣ ଆରୋଗ୍ୟଲାଭ କରିଛନ୍ତି। ସେହିପରି ଆଇସିଏମ୍ଆର୍ର ସୂଚନା ମୁତାବକ, କେବଳ ମଙ୍ଗଳବାର କରାଯାଇଥିବା ୬ ଲକ୍ଷ ୧୯ ହଜାର ୬୫୨ଟି ନମୁନା ପରୀକ୍ଷଣକୁ ମିଶାଇ ଅଗଷ୍ଟ ୪ ତାରିଖ ସୁଦ୍ଧା ଦେଶରେ ମୋଟ ୨କୋଟି ୧୪ ଲକ୍ଷ ୮୪ ହଜାର ୪୦୨ଟି ନମୁନା ପରୀକ୍ଷଣ କରାଯାଇସାରିଛି।