ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପି କେ ସିହ୍ନା ନିଜ ପଦବିରୁ ସୋମବାର ଇସ୍ତଫା ଦେଇଛନ୍ତି। ଶ୍ରୀ ସିହ୍ନା ହଠାତ୍‌ ଏପରି ଅପସରି ଯିବାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏଭଳି ଦାୟିତ୍ବପୂର୍ଣ୍ଣ ପଦବିରୁ ଦୂରେଇଯିବାକୁ ସେ ପସନ୍ଦ କରିଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି। ସୂଚନା ଥାଉ କି, ୧୯୭୭ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ଏହି ପୂର୍ବତନ ଆଇଏଏସ୍‌ ଅଧିକାରୀ ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧିତ ଖବର