ଆମେରିକାର ଦାବି ପରେ ବଢିଲା ପରମାଣୁ ଆକ୍ରମଣର ଆଶଙ୍କା, ଜାଣନ୍ତୁ ଚୀନକୁ ନେଇ କ’ଣ କହିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଚୀନ ଦ୍ୱାରା ଜୁଲାଇ ମାସରେ କରାଯାଇଥିବା ହାଇପରସୋନିକ ମିସାଇଲ୍ ପରୀକ୍ଷାକୁ ନେଇ ଏକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ହାଇପରସୋନିକ ମିସାଇଲ ଶବ୍ଦର ଗତିଠାରୁ ୫ ଗୁଣ ଅଧିକ ବେଗରେ ସାରା ବିଶ୍ୱରେ ଚକ୍କର କାଟିଛି । ଏହସହ ସେ ଚେତାବନୀ ଦେଇଛନ୍ତି ଯେ, ଚୀନ ଆମେରିକା ଉପରେ କୌଣସି ବି ସମୟରେ ପରମାଣୁ ଆକ୍ରମଣ କରିପାରେ।

ସଂଯୁକ୍ତ ଚିଫ୍ ଅଫ୍ ଷ୍ଟାଫର ଉପାଧ୍ୟକ୍ଷ ଜେନେରାଲ ଜନ ହାଇଟେନ ଜୁଲାଇ ୨୭ରେ ଚୀନ ଦ୍ୱାରା କରାଯାଇଥିବା ହାଇପରସୋନିକ  ମିସାଇଲ୍ ପରୀକ୍ଷଣ ଉପରେ କହିଛନ୍ତି ଯେ, ଚୀନ ଏକ ଦୀର୍ଘ ରେଞ୍ଜର ମିସାଇଲ ଲଞ୍ଚ କରିଛି । ସେ ସିବିଏସ ନ୍ୟୁଜ ସହିତ ଆଲୋଚନା ବେଳେ ଦାବି କରିଛନ୍ତି ଯେ, ଚୀନର ଏହି ମିସାଇଲ ସାରା ବିଶ୍ୱରେ ଚକ୍କର କାଟିଛି । ହେଲେ ଏହି ମିସାଇଲ ଲକ୍ଷ୍ୟଭେଦ କରିବା ପୂର୍ବରୁ ନଷ୍ଟ ହୋଇଯାଇଥିଲା । ମାତ୍ର  କୌଶସି ଦେଶର ହାଇପରସୋନିକ ମିସାଇଲ ପୂରା ବିଶ୍ୱରେ ଚକ୍କର କାଟିବା ପ୍ରଥମ ଉଦାହରଣ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏଭଳି ଦାବିକୁ ଖଣ୍ଡନ କରିଛି ଚୀନ । ଚୀନ କହିଛି କି ତାଙ୍କ ଦେଶ ତରଫରୁ କୌଣସି ହାଇପରସୋନିକ ମିସାଇଲ ଟେଷ୍ଟ କରାଯାଇ ନାହିଁ । ଚୀନ ସ୍ପଷ୍ଟ କରିଛି କି ତାଙ୍କ ଦେଶ ତରଫରୁ ଏକ ପୁନଃବ୍ୟବାହାର  ଯୋଗ୍ୟ ସ୍ପେସକ୍ରାଫ୍ଟର ପରୀକ୍ଷଣ କରାଯାଇଥିଲା ।

ହାଇପରସୋନିକ ଅସ୍ତ୍ର ଶବ୍ଦର ଗତି ଠାରୁ ୫ ଗୁଣ ଅଧିକ ବେଗରେ ଯାତ୍ରା କରିଥାଏ, ଯାହାକୁ କି ରାଡାର ମାଧ୍ୟମରେ ଧରିବା କଠିନ କାମ । ହାଇଟେନ ମାନିଛନ୍ତି କି ଚୀନ ନିଜର ସାମରିକ କ୍ଷମତ ଲଗାତର ବୃଦ୍ଧି କରିବାରେ ଲାଗିଛି ।  ହୁଏତ  ଏମିତି ଦିନ ଆସିବ କି ଚୀନ ନିଜ ସାମରିକ କ୍ଷମତା ଏତେ ବୃଦ୍ଧି କରିବ ଯେ ହଠାତ ଆମେରିକା ଉପରେ ପରମାଣୁ ଆକ୍ରମଣ କରିପାରିବ।

ସମ୍ବନ୍ଧିତ ଖବର