ପାଟନା: ଆର୍ଜେଡି ୧୧୯ ଆସନରେ ବିଜୟୀ ହୋଇଛି ବୋଲି ନିର୍ବାଚନ କମିସନ୍ଙ୍କ ନିକଟରେ ଦାବି କରିଛି। ଭୋଟ୍ ଗଣତି ପରେ ୧୧୯ ପ୍ରାର୍ଥୀଙ୍କୁ ବିଜୟୀ ବୋଲି ନିର୍ବାଚନ କମିସନଙ୍କ ୱେବସାଇଟ୍ରେ ଉଲ୍ଲେଖ କରାଯାଇଥିଲା। ଆର୍ଜେଡି ଏହି ୧୧୯ ବିଜୟୀ ପ୍ରାର୍ଥୀଙ୍କ ତାଲିକା ଟ୍ବିଟ୍ କରିବା ସହ ଏମାନେ ବିଜୟୀ ହୋଇଛନ୍ତି ବୋଲି ପ୍ରଥମେ ରିଟର୍ନିଂ ଅଫିସର ସୂଚନା ଦେଇଥିଲେ। ମାତ୍ର ଏବେ ଏହି ବିଜୟୀ ପ୍ରାର୍ଥୀମାନଙ୍କୁ ବିଜୟ ସାର୍ଟିଫିକେଟ୍ କାହିଁକି ପ୍ରଦାନ କରାଯାଉନାହିଁ ବୋଲି ଆର୍ଜେଡି ପ୍ରଶ୍ନ କରିଛି। ଏମିତିକି ଏହି ବିଜୟୀ ପ୍ରାର୍ଥୀଙ୍କ ନାମ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ରେ ମଧ୍ୟ ଦର୍ଶାଯାଇଥିଲା। ମାତ୍ର ଏବେ ନିର୍ବାଚନ ଅଧିକାରୀ କହୁଛନ୍ତି ଏମାନେ ପରାଜିତ ହୋଇଛନ୍ତି। ଏହା କିଭଳି ସମ୍ଭବ ବୋଲି ଆର୍ଜେଡି ପ୍ରଶ୍ନ କରିଛି। ଅପରପକ୍ଷେ, ବିହାରରେ ୮ଟି ନିର୍ବାଚନମଣ୍ଡଳୀରେ ଜାଲିଆତି ହୋଇଛି ବୋଲି ଆର୍ଜେଡି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। ସେହିଭଳି ୧୦ଟି ଆସନରେ ଫଳ ଘୋଷଣାରେ ଜାଣିଶୁଣି ବିଳମ୍ବ କରାଯାଇଛି ବୋଲି ଆର୍ଜେଡି ଅଭିଯୋଗ କରିଛି।
୧୧୯ ଆସନରେ ଜିତିଥିବା ଦାବି କଲା ଆର୍ଜେଡି
୧୦ ଆସନରେ ଗଣତି ବିଳମ୍ବ କରିଛନ୍ତି ନୀତୀଶ, ସୁଶୀଲ
/sambad/media/post_attachments/wp-content/uploads/2020/09/rjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)