ଚାରିଧାମକୁ ପାଣ୍ଡବ ଯାଇଥିବା ରାସ୍ତା ଖୋଲିବ

ଡେରାଡୁନ : ଆଠମାସ ତଳେ ୨୫ ଦୁଃସାହସିକ ଯାତ୍ରୀଙ୍କ ଏକ ଦଳ ଚାରିଧାମକୁ ଯାଇଥିବା ପ୍ରାଚୀନ ରାସ୍ତା ଆବିଷ୍କାର କରିଥିଲେ। ପ୍ରାୟ ୩୦୦୦ ବର୍ଷ ତଳେ ମୁନି, ଋଷି ଓ ପାଣ୍ଡବମାନେ ଏହି ରାସ୍ତାକୁ ବ୍ୟବହାର କରୁଥିଲେ ବୋଲି ବିଶ୍ବାସ କରାଯାଏ। ଏହି ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ସମ୍ପ୍ରତି ଉତ୍ତରାଖଣ୍ଡ ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ ଡକୁମେଣ୍ଟାରି ଉନ୍ମୋଚନ କରିଛନ୍ତି, ଯାହା ଉକ୍ତ ଦୁଃସାହସିକ ଯାତ୍ରା ଓ ଚାରିଧାମର ପ୍ରାଚୀନ ରାସ୍ତା ଉପରେ ପର୍ଯ୍ୟବସିତ। ଉକ୍ତ ପ୍ରାଚୀନ ରାସ୍ତା ହେଉଛି ଏକ ପାଦଚଲା ରାସ୍ତା, ଯାହାର ଦୈର୍ଘ୍ୟ ୧,୧୫୬ କିମି। ଏହି ରାସ୍ତା ପାର୍ଶ୍ବରେ ମଝିରେ ମଝିରେ ଚଟିଘର (ଖୋଲା ଯାତ୍ରୀନିବାସ) ଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର