ନାଗପୁର: ବାଂଲାଦେଶରେ ବିଦ୍ରୋହ ଓ କ୍ଷମତା ପରିବର୍ତ୍ତନ ପରଠାରୁ ହିନ୍ଦୁମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଜାରି ରହିଛି। ମୌଳବାଦୀମାନେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ କରିଚାଲିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଏର ବୟାନ ଆସିଛି । ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ ହେବା ସହ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ମୁକ୍ତ କରିବାକୁ ଆରଏସଏସ ଦାବି କରିଛି । ଏହା ସହିତ ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସମର୍ଥନ ହାସଲ ପାଇଁ ଭାରତ ସରକାର ବିଶ୍ବ ଜନମତ ହାସଲ କରୁ ବୋଲି ଆରଏସଏସ କହିଛି ।
ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଏକ ବିବୃତି ଜାରି କରି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଅନ୍ୟାୟ ଜେଲରୁ ମୁକ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଏକ ବିବୃତି ଜାରି କରି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଅନ୍ୟାୟ ଜେଲରୁ ମୁକ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ଆକ୍ରମଣ, ହତ୍ୟା, ଲୁଟ୍, ନିଆଁ ଲଗାଇବା ଏବଂ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହାକୁ ନିନ୍ଦା କରୁଛି। ବର୍ତମାନର ବାଂଲାଦେଶ ସରକାର ଓ ଅନ୍ୟାନ୍ୟ ଏଜେନ୍ସି ଏହାକୁ ରୋକିବା ପରିବର୍ତ୍ତେ କେବଳ ନିରବ ଦର୍ଶକ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଂଲାଦେଶ ପୁଲିସ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପରେ ତାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଂଲାଦେଶରେ ନିୟମିତଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଭାରତରେ ଦାବି ହେଉଛି । ଏହାକୁ ନେଇ ଭାରତ ସରକାର ବି ବାଂଲାଦେଶ ସରକାରଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/30/5FwQFTccK2XXDcbABVpy.jpeg)