କୋଭିଡ୍‌ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ରଣନୀତି, ବନ୍ଦ ହେବ କୋଭିଡ୍‌ ହଟ୍‌ସ୍ପଟ୍ ବଜାର

ବିବାହ ଉତ୍ସବ ପାଇଁ ବଦଳିଲା ନିୟମ, ଏଣିକି ୫୦ ଜଣ

ନୂଆଦିଲ୍ଲୀ: ଦିଲ୍ଲୀରେ ସଂକ୍ରମଣ ବଢ଼ିବାରୁ ଦିଲ୍ଲୀ ସରକାର ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୂଆ ରଣନୀତି ଆପଣାଇଛନ୍ତି। କୋଭିଡ୍‌ ହଟ୍‌ସ୍ପଟ ବଜାର ବନ୍ଦ କରିବା ପାଇଁ ସରକାର ଏବେ ଯୋଜନା କରୁଛନ୍ତି। ଦିଲ୍ଲୀରେ ବିବାହ ଉତ୍ସବରେ ୨୦୦ ଲୋକଙ୍କ ସମାଗମ ପାଇଁ ସରକାର ଅନୁମତି ଦେଇଥିଲେ କିନ୍ତୁ ଏବେ ସରକାର ଏହି ଅନୁମତି ପ୍ରତ୍ୟାହାର କରିନେଇଛନ୍ତି। ଆଗକୁ ମାତ୍ର ୫୦ ଜଣ ହିଁ ବିବାହ ଉତ୍ସବରେ ଯୋଗ ଦେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସରକାର କୋଭିଡ୍‌ ହଟ୍‌ସ୍ପଟ୍‌ ବଜାର ଉପରେ ସତର୍କ ନଜର ରଖିଛନ୍ତି ଏବଂ ଏଭଳି ବଜାର କିଛି ଦିନ ପାଇଁ ସିଲ୍‌ କରାଯିବାକୁ ପ୍ରସ୍ତାବ ପଠାଇବେ। ବାହାର ରାଜ୍ୟରୁ ଆସୁଥିବା ସଂକ୍ରମିତ ବ୍ୟକ୍ତିମାନେ ବି ଦିଲ୍ଲୀର ସମସ୍ୟା ବଢ଼ାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ‌ରେ କେତେକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ୍‌ରେ ପର୍ଯ୍ୟାପ୍ତ ବେଡ୍‌ ଉପଲବ୍ଧ ଅଛି କିନ୍ତୁ ଆଇସିୟୁ ବେଡ୍‌ର ଅଭାବ ଦେଖାଦେଇଛି ବୋଲି କେଜ୍ରିୱାଲ୍‌ କହିଛନ୍ତି। ଏଭଳି ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି ବୋଲି କେଜ୍ରିୱାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର