ପ୍ୟାରିସ୍: ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍ର ପ୍ରାୟ ୧୦୦ ଟି ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟ ସ୍ଥଳ କ୍ଷତିଗ୍ରସ୍ତ ହୋଇଥିବା ମିଳିତ ଜାତିସଂଘର ସାଂସ୍କୃତିକ ଏଜେନ୍ସି ୟୁନେସ୍କୋ କହିଛି। ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ୟୁନେସ୍କୋର ବିଶ୍ୱ ଐତିହ୍ୟ ନିର୍ଦ୍ଦେଶକ ଲାଜାଏ ଏଲାଉଣ୍ଡୋ ଆସୋମୋ କହିଛନ୍ତି। ଉକ୍ତ ସ୍ଥାନଗୁଡିକ ମଧ୍ୟରୁ କେତେକ ପୁନଃ ନିର୍ମାଣ ପାଇଁ ଅନେକ ସମୟ ନେବା ସହ ଅନ୍ୟଗୁଡିକ ଆଦୌ ମରାମତି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ୟୁନେସ୍କୋ ଦ୍ବାରା ମାନ୍ୟତାପ୍ରାପ୍ତ ଐତିହ୍ୟସ୍ଥଳକୁ ଟାର୍ଗେଟ କରିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଏହାକୁ ଯୁଦ୍ଧ ଅପରାଧ ଭାବରେ ମଧ୍ୟ ବିବେଚନା କରାଯାଇପାରେ।
ରୁଷ ଆକ୍ରମଣରେ ୟୁକ୍ରେନର ୧୦୦ଟି ଐତିହ୍ୟ ସ୍ଥଳ କ୍ଷତିଗ୍ରସ୍ତ
/sambad/media/post_attachments/wp-content/uploads/2022/04/f65s4654sfh65fhfhhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)