ବଜ୍ରପାତରେ ୬୦ରୁ ଊର୍ଧ୍ବ ଜଣଙ୍କ ମୃତ୍ୟୁ: ଶୋକ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ଉତ୍ତରପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ୨୦ଜଣଙ୍କ ଓ ମଧ୍ୟପ୍ରଦେଶରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ  ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଯୋଗୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ  ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

 

 

ଏତଦ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ମୃତକଙ୍କ ପରିବାରଲୋକଙ୍କୁ ୫-୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

ଜୟପୁରର ଆମେର ପାଲେସ ସମ୍ମୁଖରେ ଥିବା ୱାଚ ଟାୱାରରେ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ପର୍ଯ୍ୟଟକ ସେଲଫି ନେଉଥିବା ସମୟ‌ରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଅନେକ ପର୍ଯ୍ୟଟକ ବି ସାମିଲ ଅଛନ୍ତି।

 

ସମ୍ବନ୍ଧିତ ଖବର