ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି: ଗଲାଣି ୧୬୯ ଜୀବନ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ବିଳମ୍ବ ଯୋଗୁ ବର୍ଷା ହେଉନଥିବା ବେଳେ ଦେଶରେ ଲୁ ଜାରି ରହିଛି । ବିଶେଷ କରି ମଧ୍ୟ ଭାରତରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ମୋଟ ୧୬୯ ଜଣଙ୍କ ମୃତ୍ୟୁ ଘଟିଛି । କେବଳ ବାରଣାସୀରେ ୩୩ ଜଣଙ୍କ ସମେତ ପୂର୍ବାଞ୍ଚଳର ୪ଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି।

ଗାଜିପୁର, ମିର୍ଜାପୁର ଏବଂ ଚାନ୍ଦୌଲି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ହିଟ୍ ଷ୍ଟ୍ରୋକ୍ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବୁନ୍ଦେଲଖଣ୍ଡ ଓ କାନପୁର ଡିଭିଜନରେ ସ୍ଥିତି ଆହୁରି ଭୟଙ୍କର। ଏଠାରେ ୧୦୦ ଜଣ ପ୍ରାଣ ହରାଇଥିଲେ। କାନପୁରରେ ସର୍ବାଧିକ ୨୬, ହମିରପୁରରେ ୧୯, ଚିତ୍ରକୁଟରେ ୧୪, ଫତେପୁରରେ ୧୩, ମହୋବାରେ ୧୨, ବାନ୍ଦା ଓ ଓରାଇୟାରେ ୬ ଜଣ ଲେଖାଏଁ, ଜାଲୌନରେ ୩ ଏବଂ ଫରୁଖାବାଦରେ ଜଣେ ପ୍ରାଣ ହରାଇଛନ୍ତି। ସେହିପରି ପ୍ରୟାଗରାଜରେ ୮, କୌଶାମ୍ବିରେ ୫, ପ୍ରତାପଗଡ଼ରେ ୨ ଜଣଙ୍କର ଗ୍ରୀଷ୍ମ ପ୍ରବାହ ରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

 

ସମ୍ବନ୍ଧିତ ଖବର