ବିଜେପି ସହ ଆସନ ବୁଝାମଣା ୧୧୦ ପ୍ରତିଶତ ହେବ: ଅମରିନ୍ଦର

ଆମ ମେଣ୍ଟକୁ କୃଷକଙ୍କ ବିପୁଳ ସମର୍ଥନ ମିଳିବ

ଅମୃତସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ପଂଜାବ ରାଜନୀତିର ମୋଡ଼ ବଦଳିଯାଇଛି। କୃଷି ଆଇନ ପ୍ରତ୍ୟାହାର ହେବା ସହ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂହଙ୍କ ପଂଜାବ ଲୋକ କଂଗ୍ରେସ ଦଳ ସହ ବିଜେପିର ମେଣ୍ଟ ସମ୍ଭାବନା ଆହୁରି ଉଜ୍ଜ୍ବଳ ହୋଇଯାଇଛି। ଅମରିନ୍ଦର ଆଜି ଏକ ନ୍ୟୁଜ୍‌ ଚ୍ୟାନେଲରେ ସ୍ପଷ୍ଟ କରି କହିଛନ୍ତି ଯେ ବିଜେପି ସହ ଆସନ ବୁଝାମଣା ଯୋଜନା ୧୧୦ ପ୍ରତିଶତ କାର୍ଯ୍ୟକାରୀ ହେବ। କୃଷକମାନେ ବି ଏହି ଲଢ଼େଇରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର କରିଥିବାରୁ ଅମରିନ୍ଦର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ସେ ବିଜେପି ସହ ମେଣ୍ଟ କରିବେ ଏବଂ କୃଷକମାନେ ବି ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ଅମରିନ୍ଦର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ. ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା କ୍ୟାପଟେନ ଅମରିନ୍ଦର ସିଂହ ନିଜ ଦଳ ଗଢ଼ିଛନ୍ତି। ଆଗକୁ ବିଜେପି ଏବଂ ଅମରିନ୍ଦରଙ୍କ ଦଳ ମଧ୍ୟରେ ହେବାକୁ ଥିବା ‌ମେଣ୍ଟ ଯୋଗୁଁ ପଂଜାବ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର