୭୨ ବର୍ଷରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ଏପ୍ରିଲ

ନୂଆଦିଲ୍ଲୀ: ସମଗ୍ର ଉତ୍ତରପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମଲହରି ହେତୁ ଲୋକ ସନ୍ତୁଳି ହେଉଛନ୍ତି। ପ୍ରତିଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଗତକାଲି ଗୁରୁଗ୍ରାମରେ ତାପମାତ୍ରା ୪୫ ଡିଗ୍ରି ଟପିଥିବା ବେଳେ ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ର ୪୬ ଡିଗ୍ରି ରହିଛି। ୭୨ ବର୍ଷ ମଧ୍ୟରେ ଦିଲ୍ଲୀରେ ଏହା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ଏପ୍ରିଲ। ଦେଶରେ ଚଳିତବର୍ଷ ଆଗୁଆ ବିପଜ୍ଜନକ ଗ୍ରୀଷ୍ମଲହରୀ ଅନୁଭୂତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ଜାତୀୟ ରାଜଧାନୀର ହାରାହାରି ମାସିକ ସର୍ବାଧିକ ତାପମାତ୍ରା ୪୦.୨୦ ଡିଗ୍ରି ସେଲ୍‌ସିୟସ ରହିଛି। ୨୦୧୦ ଉତ୍ତପ୍ତ ଏପ୍ରିଲରେ ହାରାହାରି ତାପମାତ୍ର ୪୦.୪୦ ଡିଗ୍ରି ସେଲସିୟସ ଥିଲା। ଆଗାମୀ କିଛି ଦିନ ଦେଶରେ ଗ୍ରୀଷ୍ମଲହରୀ ଜାରି ରହିବ। ପାଣିପାଗ ବିଭାଗ ମେ’ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ,ରାଜସ୍ଥାନ, ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରିଛନ୍ତି। ମେ’ ୨ ପରେ ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ ପାରଦ ଖସିବ ବୋଲି କୁହାଯାଉଛି। ଦିଲ୍ଲୀ ସହିତ ପଶ୍ଚିମ ରାଜସ୍ଥାନ, ପଂଜାବ, ହରିୟାଣା, ପଶ୍ଚିମ ଉତ୍ତପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡରେ ଅଧିକ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି।

ସମ୍ବନ୍ଧିତ ଖବର