ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ପ୍ରଥମ ଲହର ତୁଳନାରେ ଭୟଙ୍କର ସାବ୍ୟସ୍ତ ହୋଇଛି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ ସମେତ ଦୈନିକ ମୃତ୍ୟୁ ମଧ୍ୟ ଅଧିକ ରହୁଛି। କେବଳ ସାଧାରଣ ଲୋକ ନୁହେଁ କରୋନା ମହାମାରୀ ବିରୋଧରେ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା ଡାକ୍ତରମାନଙ୍କ ଜୀବନ ପ୍ରତି ମଧ୍ୟ ଦ୍ବିତୀୟ ଲହର ଘାତକ ହୋଇଛି। ଭାରତୀୟ ମେଡିକାଲ ସଂଘ (ଆଇଏମଏ)ର ହିସାବ ଅନୁଯାୟୀ ଦ୍ବିତୀୟ ଲହର ୪୨୦ ଜଣ ଡାକ୍ତରଙ୍କ ଜୀବନ ନେଲାଣି।
କେବଳ ଦିଳ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ଜୀବନ ଏହି ଘାତକ ମହାମାରୀ ନେଇଛି। ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି, ବିହାରରେ ଅତିକମ୍ରେ ୯୬ ଜଣ ଏବଂ ଉତ୍ତର ପ୍ରଦେଶରେ ୪୧ ଜଣ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଇଏମଏ ପକ୍ଷରୁ ରାଜ୍ୟୱାରୀ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଗୁଜରାଟରେ ୩୧ ଜଣ, ତେଲେଙ୍ଗାନାରେ ୨୦ ଜଣ ଏବଂ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୧୬ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/4d56gj56dg4j65g45645645656456456456.jpg)