ସୁପ୍ରିମ୍‌କୋର୍ଟରୁ ଅର୍ଣ୍ଣବ ଗୋସ୍ବାମୀ ମାମଲା ପ୍ରତ୍ୟାହାର କଲେ ସିନ୍ଦେ ସରକାର

ନୂଆଦିଲ୍ଲୀ : ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉତ୍ତେଜକ ମନ୍ତବ୍ୟ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହା ଉପରେ ୨୦୨୦ରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତା’ ବିରୋଧରେ ତତ୍‌କାଳୀନ ଉଦ୍ଧବ ଠାକରେ ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଠାକରେ ସରକାରର ପତନ ହେବା ପରେ ଏକନାଥ ସିନ୍ଦେ ସରକାର ସୁପ୍ରିମ୍‌କୋର୍ଟରୁ ଏହି ଆବେଦନ ପ୍ରତ୍ୟାହାର କରିନେବାକୁ ଆବେଦନ କରିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ଯେଉଁ ଦୁଇଟି ଏଫ୍‌ଆଇଆର୍ ଦାଖଲ କରାଯାଇଥିଲା ତାହା ଉପରେ କୌଣସି ତଦନ୍ତ ନ କରିବା ପାଇଁ ୨୦୨୦ରେ ବମ୍ବେ ହାଇକୋର୍ଟ ଆଦେଶ ଦେଇଥିଲେ। ଉଦ୍ଧବ ଠାକରେଙ୍କ ମହା ଅଘାଡ଼ି ମେଣ୍ଟ ସରକାର ଏହା ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର