ଏକକ-ଡୋଜ୍ ଟିକା ସ୍ପୁଟନିକ୍‌ ଲାଇଟ୍‌ ସେପ୍ଟେମ୍ବରରେ ଆସିବ, ୭୫୦ ଟଙ୍କା ଦାମ୍ ରହିପାରେ

ନୂଆଦିଲ୍ଲୀ: ଭାରତର ଟିକାକରଣ କାର୍ଯ୍ୟକ୍ରମ ଖୁବ୍‌ଶୀଘ୍ର ତ୍ବରାନ୍ବିତ ହେବାକୁ ଯାଉଛି। ଭାରତରେ ତିଆରି ହେଉଥିବା ରୁଷୀୟ ସ୍ପୁଟ୍‌ନିକ୍ ଲାଇଟ୍ ଟିକା ଆସନ୍ତା ମାସରେ ଲଞ୍ଚ୍‌ ହେବ। ଏହି ଟିକା ହେଉଛି ଏକ ଡୋଜ୍-ବିଶିଷ୍ଟ। ପାନାସିଆ ବାୟୋଟେକ୍ ଏହି ଟିକାର ଜରୁରି ବ୍ୟବହାର ପାଇଁ ଅନୁମୋଦନ ଦେବା ନିମନ୍ତେ ଭାରତର ଔଷଧ ନିୟାମକ ଡିଜିସିଆଇକୁ ଆବେଦନ କରିଛି। ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହି ଟିକା ଅଳ୍ପ ସଂଖ୍ୟାରେ ଉପଲବ୍ଧ ହେବ। ଏହାର ଦାମ୍ ୭୫୦ ଟଙ୍କା ରହିବ ବୋଲି ଆଶା କରାଯାଉଛି। ପାନାସିଆ ବାୟୋଟେକ୍ ରୁଷିଆର ସ୍ପୁଟ୍‌ନିକ୍ ଭି ଟିକା ଭାରତରେ ଲଞ୍ଚ୍‌ କରିବା ପାଇଁ ରସିଆନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍ (ଆର୍‌ଡିଆଇଏଫ୍‌)ର ଅଂଶୀଦାର ହୋଇଛି। ବର୍ଷକୁ ୧୦୦ ନିୟୁତ ଡୋଜ୍ ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଏକକ-ଡୋଜ୍ ଟିକା ୯୭.୬ ପ୍ରତିଶତ ସଫଳ ବୋଲି ପୂର୍ବରୁ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର