ନୂଆଦିଲ୍ଲୀ: ନୂଆ କରୋନା ସଂକ୍ରମଣ ମାମଲାରେ ଦିଲ୍ଲୀ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରକୁ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭,୭୪୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ ପରେ ମହାରାଷ୍ଟ୍ରରେ ୫,୫୮୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଗତ ୭ ତାରିଖରେ ମଧ୍ୟ ଦିଲ୍ଲୀରେ ସଂକ୍ରମଣ ମାମଲା ମହାରାଷ୍ଟ୍ରଠାରୁ ଅଧିକ ଥିଲା। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହରୀ ଆରମ୍ଭ ହୋଇଛି। ତୃତୀୟ ଲହରୀ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି ଏବଂ ଏହା ଅତି ଜଟିଳ ସ୍ଥିତି। କିନ୍ତୁ ଖୁବ୍ ଶୀଘ୍ର ସ୍ଥିତିରେ ସୁଦ୍ଧାର ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୮୫ ଲକ୍ଷ ୫୩ ହଜାର ୬୫୭ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୯୦ ମୃତ୍ୟୁସହ ମୋଟ୍ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୨୬ ହଜାର ୬୧୧ରେ ପହଞ୍ଚିଛି। ଦେଶରେ ୭୯ ଲକ୍ଷ ୧୭ ହଜାର ୩୭୩ ଜଣ କରୋନାରୁ ସୁସ୍ଥ ହେଲେଣି। ଆରୋଗ୍ୟ ହାର ୯୨.୫୬%କୁ ବୃଦ୍ଧି ପାଇଛି। ଲଗାତାର ୧୧ ଦିନ ଧରି ଦେଶରେ ସକ୍ରିୟ ମାମଲା ୬ ଲକ୍ଷରୁ କମ୍ ରହିଛି।
ଦିଲ୍ଳୀରେ ସ୍ଥିତି ସଂଗିନ, ନୂଆ ସଂକ୍ରମଣ ମାମଲାରେ ପୁଣି ମହାରାଷ୍ଟ୍ରକୁ ଟପିଲା
/sambad/media/post_attachments/wp-content/uploads/2020/10/coronavirus-outbreak.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)