ନାଗପୁର: ନାଗପୁରରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ବଢ଼ି ଚାଲିବା ସହ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ନାଗପୁରରେ ସମସ୍ତ ୯୭ଟି ଘରୋଇ ହସ୍ପିଟାଲ୍ରେ ଆଉ ଭେଣ୍ଟିଲେଟର ନାହିଁ। ଏବେ କେବଳ ଘରୋଇ ହସ୍ପିଟାଲ୍ମାନଙ୍କରେ ୨୭ଟି ଆଇସିୟୁ ବେଡ୍ ଖାଲି ଅଛି। ପ୍ରଥମ ଥର ପାଇଁ ନାଗପୁରରେ କୌଣସି ଗୋଟିଏ ବି ଘରୋଇ ହସ୍ପିଟାଲ୍ରେ ଭେଣ୍ଟିଲେଟର ନାହିଁ। ସମସ୍ତ ୨୭୧ଟି ଭେଣ୍ଟିଲେଟର ରୋଗୀଙ୍କ ଠାରେ ଲାଗି ସାରିଛି। ଏନ୍ଏମ୍ସି ତଥ୍ୟ ଅନୁଯାୟୀ ସହରରେ ୪୪୧ ଭେଣ୍ଟିଲେଟର ଅଛି। ସହରରେ ଏବେ ଦୈନିକ ୨୦୦ ଆଇସିୟୁ ବେଡ୍ ଆବଶ୍ୟକ ହେଉଛି। ଏଦିଗରେ ଯଦି ତୁରନ୍ତ କିଛି କାର୍ଯ୍ୟପନ୍ଥା ଗ୍ରହଣ ନହୁଏ ତେବେ ଆଗକୁ ସ୍ଥିତି ଆହୁରି ବିଗିଡ଼ି ଯାଇପାରେ। ଦିଲ୍ଲୀରେ ବି ଜଟିଳ ସ୍ଥିତି। ଦିଲ୍ଲୀରେ ଲଗାତାର ଭାବେ ସଂକ୍ରମଣ ବଢ଼ି ଚାଲିଛି। ଦିଲ୍ଲୀରେ ଏବେ କେବଳ ଭେଣ୍ଟିଲେଟର ସହ ୩୩୦ ଆଇସିୟୁ ବେଡ୍ ଉପଲବ୍ଧ ଅଛି। ବିନା ଭେଣ୍ଟିଲେଟର୍ରେ ୭୧୫ ଆଇସିୟୁ ବେଡ୍ ଫାଙ୍କା ଅଛି। ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କ୍ରିଟିକାଲ୍ କେୟାର ବେଡ୍ ପାଇଁ ଦାବି ମଧ୍ୟ ବଢ଼ୁଛି।
ନାଗପୁରରେ ଜଟିଳ ସ୍ଥିତି, ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର୍ର ଘୋର ଅଭାବ
ନାଗପୁରରେ ସମସ୍ତ ୯୭ ଘରୋଇ ହସ୍ପିଟାଲ୍ରେ ଭେଣ୍ଟିଲେଟର ନାହିଁ, ଦିନକୁ ୨୦୦ ଆଇସିୟୁ ବେଡ୍ ଆବଶ୍ୟକ ହେଉଛି
/sambad/media/post_attachments/wp-content/uploads/2020/07/icu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)