ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗୁରୁବାର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଶେଷ ହୋଇଛି। ୧୦ ଜିଲ୍ଲାର ୫୭ଟି ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଛି। ଆମ୍ବେଦକରନକର, ବଳରାମପୁର, ସିଦ୍ଧାର୍ଥନଗର, ବସ୍ତି, ସନ୍ଥ କବୀର ନଗର, ମହାରାଜଗଂଜ, ଗୋରଖପୁର, କୁଶିନଗର, ଦେଓରିଆ ଏବଂ ବାଲିଆରେ ଆଜି ଭୋଟ୍ ଥିଲା। ଷଷ୍ଠ ପର୍ଯ୍ୟାୟରେ ମୋଟ୍ ୫୫.୮ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସର ଅଜୟ କୁମାର ଲାଲୁ ଏବଂ ସମାଜବାଦୀ ପାର୍ଟିର ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ଅନେକ ରାଜନୈତିକ ହେଭିୱେଟ୍ଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ବନ୍ଦ ରହିଛି। ଯୋଗୀ ପ୍ରଥମ ଥର ପାଇଁ ଗୋରଖପୁର (ଅର୍ବାନ୍) ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଷଷ୍ଠ ପର୍ଯ୍ୟାୟରେ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ୍ରେ ସିଲ୍ ହୋଇଛି। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଏହି ୫୭ଟି ଆସନରୁ ୪୬ଟି ଆସନରେ ଜିତିଥିଲା।
ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଶେଷ: ୫୫.୮ % ମତଦାନ
/sambad/media/post_attachments/wp-content/uploads/2022/03/up-vote.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)