ଅଯୋଧ୍ୟା : ଉତ୍ତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି। ବିଜେପିର ଜନ ବିଶ୍ବାସ ଯାତ୍ରା ଅବସରରେ ଶାହ ଆଜି ଅଯୋଧ୍ୟାରେ ଏକ ରୢାଲିରେ ଉଦ୍ବୋଧନ ଦେଇ ସପା ସରକାର କର ସେବକଙ୍କ ଉପରକୁ ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି।ଭଗବାନ ରାମ ବର୍ଷ ବର୍ଷ ଧରି ଟେଣ୍ଟ୍ରେ ରହିବା ବିଷୟରେ ଲୋକମାନେ ସପା ସୁପ୍ରିମୋ ଅଖିଳେଶଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ଶାହ କହିଛନ୍ତି। ବାବ୍ରି ମସଜିଦ-ରାମ ଜନ୍ମଭୂମି ବିବାଦ ମାମଲାରେ ପ୍ରଭୁ ଶ୍ରୀରାମ ଅସ୍ଥାୟୀ ମନ୍ଦିରରେ ରହିବା ବିଷୟକୁ ଇଙ୍ଗିତ କରି ଶାହ ଆଜି ଏହା କହିଛନ୍ତି। ସପା, ବସପା ଏବଂ କଂଗ୍ରେସ ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ବୋଲି ଶାହ କହିଛନ୍ତି।
ଅଯୋଧ୍ୟାରେ କର ସେବକମାନଙ୍କ ଉପରକୁ ଗୁଳି ଚାଳନା କରି ସେମାନଙ୍କୁ ସରଜୁ ନଦୀକୁ ଫିଙ୍ଗି ଦେବା କଥା ଲୋକମାନଙ୍କର ମନେ ଅଛି ବୋଲି ଶାହ କହିଛନ୍ତି। ସପା ସରକାର ସମୟରେ କରସେବକଙ୍କ ପ୍ରତି ଯେଉଁ ନିଷ୍ଠୁରତା ପ୍ରଦର୍ଶନ ହୋଇଥିଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ସପା ଏବଂ ବସପା ଶାସନ ସମୟରେ ଧାର୍ମିକ ଭାବନାର ପ୍ରତୀକକୁ ଆଦୌ ବିଶ୍ବାସ କରାଯାଉନଥିଲା ବୋଲି ଶାହ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁ ଧର୍ମର ଗୌରବ ବଢ଼ାଇବାପାଇଁ କାମ କରୁଛନ୍ତି। ଶାହ କହିଛନ୍ତି, ଯେତେବେଳେ ଅଖିଳେଶ ଆସି ଭୋଟ୍ ଭିକ୍ଷା କରିବେ ତାଙ୍କୁ କର ସେବକଙ୍କ ପ୍ରତି ହୋଇଥିବା ଅପରାଧ ସଂକ୍ରାନ୍ତରେ ପ୍ରଶ୍ନ କରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/16.jpg)