ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ)କୁ ସୋମବାର ପିଏସ୍ଏଲଭି ରକେଟ୍ ଜରିଆରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରାଯାଇଛି।
ଇସ୍ରୋ ଏହି ଅଭିଯାନ ପାଇଁ ଦୁଇଟି ଉପଗ୍ରହ ବ୍ୟବହାର କରିଛି, ଯାହାର ନାମ ଚେଜର (ଏସଡିଏକ୍ସ୦୧) ଏବଂ ଟାର୍ଗେଟ (ଏସଡିଏକ୍ସ୦୨) ରହିଛି। ସେମାନଙ୍କ ଓଜନ ୨୨୦ କିଲୋଗ୍ରାମ ହେବ। ସଫଳ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସଏଲଭି) ଜରିଆରେ ଏହି ଉତକ୍ଷେପଣ କରାଯିବ। ଭାରତ ପାଇଁ ଏହା କୌଣସି ଐତିହାସିକ ଅବସରଠାରୁ କମ୍ ନୁହେଁ। ଯଦି ଏହି ମିଶନ ସଫଳ ହୁଏ ତେବେ ରୁଷିଆ, ଆମେରିକା ଓ ଚୀନ ପରେ ମହାକାଶ ଡକିଂ ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।
ସ୍ପେଡେକ୍ସ ଟେକ୍ନୋଲୋଜି ବର୍ତ୍ତମାନ ମାତ୍ର ତିନୋଟି ଦେଶ ପାଖରେ ଅଛି- ଆମେରିକା, ରୁଷ ଓ ଚୀନ । ଇସ୍ରୋର ଏହି ମିସନ ସଫଳ ହେଲେ ଏହି ଟେକନଲୋଜୀ ହାସଲ କରିବାରେ ଭାରତ ୪ର୍ଥ ଦେଶ ହେବ ।
ସ୍ପେଡେକ୍ସ ଟେକ୍ନୋଲୋଜି ବର୍ତ୍ତମାନ ମାତ୍ର ତିନୋଟି ଦେଶ ପାଖରେ ଅଛି- ଆମେରିକା, ରୁଷ ଓ ଚୀନ । ଇସ୍ରୋର ଏହି ମିସନ ସଫଳ ହେଲେ ଏହି ଟେକନଲୋଜୀ ହାସଲ କରିବାରେ ଭାରତ ୪ର୍ଥ ଦେଶ ହେବ । ସ୍ପେଡେକ୍ସର ଅର୍ଥ ହେଉଛି ସ୍ପେସ୍ ଡକିଂ ପରୀକ୍ଷଣ । ଡକିଂ ଅର୍ଥ ମହାକାଶରେ ଦୁଇଟି ମହାକାଶଯାନ ବା ଉପଗ୍ରହକୁ ସଂଯୋଗ କରିବା ଏବଂ ଅନଡକିଂର ଅର୍ଥ ମହାକାଶରେ ଥିବା ସମୟରେ ଏହି ଦୁଇଟିକୁ ଅଲଗା କରିବା । ଏହି ମିଶନର ସଫଳତା ଇସ୍ରୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)