ରୋମରୁ ୨୬୩ ଭାରତୀୟ ବିଦ୍ୟାର୍ଥୀଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଲା ଏୟାର୍ ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୨୬୩ଜଣ ବିଦ୍ୟାର୍ଥୀଙ୍କୁ ନେଇ ରୋମରୁ ଉଡ଼ାଣ ଆରମ୍ଭ କରିଥିବା ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଆଜି ସକାଳ୯: ୧୫ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି ।

Image Source: ANI

ବିମାନ ବନ୍ଦରରେ ଥର୍ମାଲ ସ୍କାନିଙ୍ଗ ଓ ଇମିଗ୍ରେସନ୍ କରାଯିବା ପରେ ସେମାନଙ୍କୁ ଦିଲ୍ଲୀରେ ଥିବା “ଆଇଟିବିପି’ ଚାୱଲା କ୍ୱାରେଣ୍ଟିନ ଫେସିଲିଟିକୁ ନିଆଯିବ । ଏହି ଯାତ୍ରୀମାନଙ୍କ ତତ୍ତ୍ୱ ନେବା ଲାଗି “ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର୍’ ଅନୁସାରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି । ଦିଲ୍ଲୀ ବିମାନ ବନ୍ଦରର ରିମୋଟ୍ ବେ ଠାରେ ସମସ୍ତ ୨୬୩ଜଣ ଯାତ୍ରୀଙ୍କୁ କ୍ଲିଅରାନ୍ସ୍ ଦେବାରେ ଦିଲ୍ଲୀ କଷ୍ଟ୍ୟୁମ୍ ସହଯୋଗ କରୁଛି ।

ଶନିବାର ଅପରାହ୍ଣ ୨: ୩୦ରେ ଏୟାର୍ ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନ ବନ୍ଦରରୁ ରୋମ୍ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ।

ସମ୍ବନ୍ଧିତ ଖବର