ଭାରତକୁ ଆସିବ ‘ସ୍ପୁଟନିକ୍‌-ଭି’ର ଏକକ ମାତ୍ରା ଟିକା

ନୂଆଦିଲ୍ଲୀ: ରୁଷିଆ ସରକାରଙ୍କ ଦ୍ବାରା ବିକଶିତ କୋଭିଡ୍‌ ଟିକା ‘ସ୍ପୁଟନିକ୍‌-ଭି’ର ଏକକ ମାତ୍ରା ସଂସ୍କରଣ (ସ୍ପୁଟନିକ୍‌-ଭି ଲାଇଟ୍‌)ର ଭାରତରେ ବ୍ୟବହାର ପାଇଁ ଭେଷଜ କମ୍ପାନି ଡ. ରେଡି’ସ୍‌ ଲାବରାଟୋରି ପକ୍ଷରୁ ଭାରତ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ସୂଚନା ଥାଉ କି, ରୁଷିଆରେ ଗଣଟିକାକରଣରେ ବ୍ୟବହୃତ ଏହି ଏକକ ମାତ୍ରା ବିଶିଷ୍ଟ ସ୍ପୁଟନିକ୍‌-ଭି ଲାଇଟ୍‌ ୭୯.୪ ପ୍ରତିଶତ ଫଳପ୍ରଦତା ପ୍ରଦର୍ଶନ କରିଥିବା ଦାବି କରାଯାଇଛି।

ତେଣୁ ଏତେ ଉଚ୍ଚମାନର ଫଳାଫଳକୁ ପାଥେୟ କରି ଭାରତ ସରକାର ଦେଶରେ ଚାଲିଥିବା ଗଣଟିକାକରଣକୁ ଆହୁରି ଶାଣିତ କରିବା ଲାଗି ସମ୍ପ୍ରତି ଉପଲବ୍‌ଧ ଥିବା ଅନ୍ୟାନ୍ୟ ଟିକା ସହ ଏହି ସ୍ପୁଟନିକ୍‌-ଭି ଲାଇଟ୍‌ର ଉପଯୋଗ ପ୍ରତି ଆଗ୍ରହୀ ଅଛନ୍ତି। ତେଣୁ ସେଥିପାଇଁ ଆବଶ୍ୟକ ନିୟାମକ ଅନୁମତି ପାଇବା ନିମନ୍ତେ ରେଡି’ସ ପକ୍ଷରୁ ତଦନୁଯାୟୀ ତ୍ବରାନ୍ବିତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତରେ ଦୁଇ ମାତ୍ରା ବିଶିଷ୍ଟ ସ୍ପୁଟନିକ୍‌-ଭି ଟିକାର ୨୫ କୋଟି ମାତ୍ରା ଯୋଗାଇବା ପାଇଁ ରୁଷିଆ ସରକାର ଡ. ରେଡି’ସ୍‌କୁ ହିଁ ଅଧିକୃତ ବିକ୍ରେତାର ମାନ୍ୟତା ଦେଇଛନ୍ତି। ତଦନୁସାରେ କମ୍ପାନି ଆସନ୍ତା ମାସ ମଧ୍ୟଭାଗରେ ତାହା ଭାରତରେ ଲୋକାର୍ପିତ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର