କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କ ବଡ଼ ଭାଇ ମହିନ୍ଦା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାପାଇଁ ରାଜି ହୋଇଛନ୍ତି। ଦେଶରେ ଆର୍ଥିକ ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ରାଜପକ୍ଷ ଏହି ନିଷ୍ପତ୍ତ ନେଇଛନ୍ତି। ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାପାଇଁ ଏକ ଜାତୀୟ ପରିଷଦ ଗଠନ କରିବାପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜି ହୋଇଛନ୍ତି। ଏଥିସହ ନୂଆ କ୍ୟାବିନେଟ୍ରେ ସବୁ ଦଳର ସଦସ୍ୟ ରହିବେ। ଶ୍ରୀଲଙ୍କା ଏବେ ସାଂଘାତିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଫଳରେ ରାଜପକ୍ଷ ପରିବାର ସଦସ୍ୟଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ ଚାଲିଛି।
ଭାଇଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ରାଜି ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି
/sambad/media/post_attachments/wp-content/uploads/2022/04/6f54h6f5s4hsf23h132fhhfhhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)