ନୂଆଦିଲ୍ଲୀ: ଓଡ଼ିଶାର ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍କୁ କଟକରେ ସ୍ଥାପନ କରାଯିବ। କେନ୍ଦ୍ର ସରକାର ଆଜି ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଦୀର୍ଘ ସାଢ଼େ ଛଅ ବର୍ଷର ପ୍ରତୀକ୍ଷା ପରେ ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ ସ୍ଥାପନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି। ଟ୍ରିବ୍ୟୁନାଲ୍ର ୩୧ଟି ରାଜ୍ୟ ଖଣ୍ଡପୀଠ ସ୍ତାପନ କରାଯିବ। ଆପିଲିଟି ଟ୍ରିବ୍ୟୁନାଲ୍ ସ୍ଥାପନ କରିବାର ପଥ ପରିସ୍କାର କରିବା ଲାଗି ଅର୍ଥ ବିଲ୍ରେ କରାଯାଇଥିବା ପରିବର୍ତ୍ତନକୁ ଚଳିତ ବର୍ଷ ମାର୍ଚ୍ଚରେ ସଂସଦର ଅନୁମୋଦନ ମିଳିଥିଲା। ଜିଏସ୍ଟି ସମ୍ପର୍କିତ ମାମଲାଗୁଡ଼ିକୁ ଟ୍ରିବ୍ୟୁନାଲ୍ରେ ସମାଧାନ କରାଯିବ। ବର୍ତ୍ତମାନ ବ୍ୟବସ୍ଥାରେ ଟିକସ ଅଧିକାରୀ ଦେଉଥିବା ରାୟକୁ ଟିକସଦାତାମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରୁଛନ୍ତି। ଯେହେତୁ ହାଇକୋର୍ଟରେ ବହୁ ମାମଲା ପଡ଼ିରହିଛି ତେଣୁ ଟିକସ ସମ୍ପର୍କିତ ମାମଲାର ସମାଧାନ ପାଇଁ ଅଧିକ ସମୟ ଲାଗୁଛି।
କଟକରେ ସ୍ଥାପନ ହେବ ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ର ରାଜ୍ୟ ଖଣ୍ଡପୀଠ
/sambad/media/post_attachments/wp-content/uploads/2022/07/GST.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)