ରାଜ୍ୟଙ୍କ ଶିଶୁ ମୃତ୍ୟୁହାର ରୢାଙ୍କ୍‌: ଭଲ ଓ ଖରାପ ଦିଗ

ଏହି ଟେବୁଲ କିପରି ପଢ଼ିବେ? ରାଜ୍ୟ-ଭିତ୍ତିକ ଆଇଏମ୍‌ଆର୍ (୨୦୧୪)

ନୂଆଦିଲ୍ଲୀ: ୨୦୧୪ରୁ ୨୦୧୯ ଭିତରେ ସବୁ ରାଜ୍ୟରେ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍-ଜନ୍ମର ୧ ବର୍ଷ ଭିତରେ ପ୍ରତି ୧୦୦୦ରେ ମୃତ ଶିଶୁ ସଂଖ୍ୟା)ରେ ଉନ୍ନତି ଘଟିଛି। ତେବେ ଶିଶୁ ମୃତ୍ୟୁ କେଉଁଠି କେତେ କମିଛି ସେଥିରେ ଅନେକ ଫରକ ରହିଛି। ଯେଉଁ ରାଜ୍ୟ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍‌)ରେ ବହୁତ ତଳେ ସେ ଉନ୍ନତି କରିବା କଷ୍ଟକର ହୋଇଥିବା ବେଳେ ଉପରେ ଥିବା ରାଜ୍ୟ ପାଇଁ ସହଜ ହୋଇଥାଏ। ତେଣୁ କେଉଁ ରାଜ୍ୟ କେତେ ଉନ୍ନତି କରିଛନ୍ତି ତାହା କେବଳ ଆଇଏମ୍‌ଆର୍ ତଥ୍ୟରୁ ଜଣାପଡ଼ିବ ନାହିଁ।

ସେଥିପାଇଁ ୧୮୫ଟି ଦେଶ ସହ ସବୁ ରାଜ୍ୟର ଆଇଏମ୍‌ଆର୍‌ର ତୁଳନା କରାଯାଇଥିଲା। ତା’ପରେ ସେମାନଙ୍କର ଗ୍ଲୋବାଲ ରୢାଙ୍କ ନିରୁପଣ କରାଯାଇଥିଲା। ୨୦୧୯ରେ ଆଇଏମ୍‌ଆର୍ ୬ ଓ ଗ୍ଲୋବାଲ ରୢାଙ୍କିଂ ୫୩ (୧୮୫ଟି ଦେଶରୁ ୫୨ଟିର ଆଇଏମ୍‌ଆର୍‌ ଅପେକ୍ଷାକୃତ ଭଲ) ଥିବା କେରଳ ସବୁଠୁ ଭଲ ପ୍ରଦର୍ଶନ କରିଥିଲା। କେରଳ ଏହାର ୨୦୧୪ ରୢାଙ୍କିଂଠାରୁ ୨୧ଟି ପାହ୍ୟା ଉପରକୁ ଉଠିଛି। ଅନ୍ୟ ପକ୍ଷରେ ୨୦୧୯ରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଆଇଏମ୍‌ଆର୍ (୪୧ ଓ ୪୬) ତୁଳନାତ୍ମକ ଭାବେ ବହୁତ ଖରାପ ଥିଲା, ଯାହା ସୁଦାନ, ଆଫଗାନିସ୍ତାନ ଓ ନାଇଜରର ଅନୁରୂପ। ୨୦୧୯ରେ ସେମାନଙ୍କର ଗ୍ଲୋବାଲ ରୢାଙ୍କିଂ ୨୦୧୪ ତୁଳନାରେ ଯଥାକ୍ରମେ ୧ ଓ ୨ ତଳକୁ ଖସିଯାଇଛି। ୨୦୧୯‌ରେ କେରଳର ଆଇଏମ୍‌ଆର୍ ୧୨ ପ୍ରମୁଖ ରାଜ୍ୟଗୁଡ଼ିକ ଭିତରେ ସବୁଠୁ ଭଲ ଥିଲା ଏବଂ ଏହାର ଗ୍ଲୋବାଲ ରୢାଙ୍କ ଥିଲା ୬୫। ଏହା ହେଉଛି ଏକମାତ୍ର ରାଜ୍ୟ ଯାହା ଶୀର୍ଷ ୧୦୦ ରାଜ୍ୟର ଅନ୍ତର୍ଗତ।

ଏହି ଟେବୁଲ କିପରି ପଢ଼ିବେ?

ସାରଣୀରେ ପ୍ରମୁଖ ରାଜ୍ୟଗୁଡ଼ିକର ଆଇଏମ୍‌ଆର୍ (ଶିଶୁ ମୃତ୍ୟୁହାର- ପ୍ରତି ହଜାରରେ ବର୍ଷକ ଭିତରେ କେତେ ମରିଛନ୍ତି) ଏବଂ ୧୮୫ଟି ଦେଶ ଭିତରେ ସେମାନଙ୍କର ରୢାଙ୍କ ୨୦୦୯, ୨୦୧୪ ଓ ୨୦୧୯ ପାଇଁ ଦିଆଯାଇଛି। ଉଦାହରଣସ୍ବରୂପ ୨୦୧୯ରେ ହରିୟାଣାର ଆଇଏମ୍‌ଆର୍ ଥିଲା ୨୭ ଏବଂ ଏହାର ଗ୍ଲୋବାଲ ରୢାଙ୍କ ଥିଲା ୧୪୩। ୨୦୧୪ (ଆଇଏମ୍‌ଆର୍: ୩୬) ତୁଳନାରେ ଏହା ୭ଟି ସ୍ଥାନ ଉପରକୁ ଉଠିଛି। ୨୦୦୯ (ଆଇଏମ୍‌ଆର୍:୫୧) ତୁଳନାରେ ଏହା ୧୯ଟି ସ୍ଥାନ ଉପରକୁ ଉଠିଛି। ୨୦୧୯ରେ ହରିୟାଣା ପରି ଆଇଏମ୍‌ଆର୍ ଥିବା ଦେଶଗୁଡ଼ିକ ଭିତରେ ଅଛନ୍ତି ରୁଆଣ୍ଡା (ରୢାଙ୍କ ୧୪୧) ଏବଂ ଏରିଟ୍ରିଆ (ରୢାଙ୍କ ୧୪୯)। ରୢାଙ୍କିଂରେ ୧୮୫ଟି ଦେଶ ଓ ୨୧ଟି ପ୍ରମୁଖ ଭାରତୀୟ ରାଜ୍ୟକୁ ନିଆଯାଇଛି। ତେଣୁ ବାସ୍ତବରେ ରୢାଙ୍କିଂ ଧାର୍ଯ୍ୟ କଲାବେଳେ ୨୦୬ଟି ଅଞ୍ଚଳକୁ ନିଆଯାଇଛି, ଯେଉଁଠି ପ୍ରତ୍ୟେକ ଭାରତୀୟ ରାଜ୍ୟକୁ ଏକ ସ୍ବତନ୍ତ୍ର ସତ୍ତା ଭାବେ ଧରାଯାଇଛି।

ରାଜ୍ୟ-ଭିତ୍ତିକ ଆଇଏମ୍‌ଆର୍ (୨୦୧୪)

କେରଳର ଆଇଏମ୍‌ଆର୍ ୨୦୦୯ ତୁଳନାରେ ୨୦୧୪ରେ ବଦଳି ନ ଥିବା ବେଳେ ଏହା ଦେଶର ସବୁଠୁ ଭଲ ପ୍ରଦର୍ଶନକାରୀ ରାଜ୍ୟ। ତେବେ ଏହାର ଆଇଏମ୍‌ଆର୍ ଅପରିବର୍ତ୍ତିତ ରହିଥିବାରୁ ଏହାର ରୢାଙ୍କ ୭୪କୁ ଖସିଯାଇଛି। ପୁନଶ୍ଚ ଏହା ହେଉଛି ଏକମାତ୍ର ଭାରତୀୟ ରାଜ୍ୟ ଯାହା ଶୀର୍ଷ ୧୦୦ ଦେଶ ଭିତରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର