ପାକିସ୍ତାନରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ପାକିସ୍ତାନ: ପାକିସ୍ତାନର ଲାହୋରଠାରେ ପୁଣିଥରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ଭଙ୍ଗାରୁଜା କରାଯାଇଥିବା ରିଜୱାନ ନାମକ ଜଣେ ବିଦେଶୀ ଯୁବକକୁ ଗିରଫ କରାଯାଇଛି। ପାକିସ୍ତାନୀ କଟ୍ଟରପନ୍ଥୀ ଗ୍ରୁପ ତହରିକ-ଲବ୍ବୈକ ୧୯ଶ ଶତାବ୍ଦୀର ଶିଖ ରାଜା ମହାରାଜ ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ତୃତୀୟ ଥର ପାଇଁ ଭାଙ୍ଗିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଆକ୍ରମଣକାରୀ ପ୍ରଥମେ ମହାରାଜ ରଣଜିତ ସିଂହଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ପରେ ପ୍ରତିମୂର୍ତ୍ତିକୂ ଭାଙ୍ଗି ତଳେ ପକାଇ ଦେଇଥିାଲ। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଟ୍ବିଟରରେ ଟିପ୍ପଣୀ ଦେଇଛନ୍ତି, ମୂର୍ଖମାନଙ୍କ ଏଭଳି କଦର୍ଯ୍ୟ କାର୍ଯ୍ୟ ଲଜ୍ଜାଜନକ। ବିଶ୍ବରେ ପାକିସ୍ତାନର ଛବି ବାସ୍ତବରେ ବିପଜ୍ଜନକ। ଏକ କଟ୍ଟରପନ୍ଥୀ ଦଳର ସଦସ୍ୟ ତହରିକ-ଏ-ଲବ୍ବୈକ ପାକିସ୍ତାନ (ଟିଏଲ୍‌ପି) ଲାହୋର କିଲ୍ଲାରେ ଥିବା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛନ୍ତି। ପୂର୍ବରୁ ଦୁଇଥର ଏଭଳି କଦର୍ଯ୍ୟ ଭାବେ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିଲେ।

ଟ୍ବିଟରରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ପ୍ରତିମୂର୍ତ୍ତିକୁ ଗୋଟିଏ ହାତରେ ପ୍ରହାର କରୁଥିବାବେଳେ ଅନ୍ୟ ହାତରେ ଭାଙ୍ଗୁଥିବା ଦୃଶ୍ୟମାନ ହେଉଛି। ୨୦୧୯ ଜୁନ୍‌ରେ ଲାହୋରରେ ‘ମାଈ ଜିନ୍ଦା’ ରାଜପ୍ରାସାଦରେ ଅନାବରଣ କରାଯାଇଥିବା ପ୍ରତିମୂର୍ତ୍ତିକୁ ୧୦୧୯ ଅଗଷ୍ଟ ମାସରେ କଟ୍ଟରପନ୍ଥୀ ଇସ୍‌ଲାମବାଦୀଙ୍କ ଦ୍ବାରା ଏବଂ ଗତବର୍ଷ ସେପ୍ଟେମ୍ବର ମାସରେ ଭଙ୍ଗା ଯାଇଥିଲା।

ସମ୍ବନ୍ଧିତ ଖବର